ଶ୍ରୀନଗର: ଆତଙ୍କବାଦୀ ଅନୁପ୍ରବେଶ ମାମଲାର ଯାଞ୍ଚ ସଂପର୍କରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଗୁରୁବାର ଜମ୍ମୁ ଅଞ୍ଚଳର ଏକାଧିକ ସ୍ଥାନରେ ରେଡ କରିଛି। ରେସି, ଉଧମପୁର ଏବଂ ରାମବନ୍ ସମେତ ବିଭିନ୍ନ ସ୍ଥାନରେ ଚଢାଉ କରିଛି ବୋଲି ସରକାରୀ ସୂତ୍ରରୁ ଜଣାପଡିଛି।
ଜାମ୍ମୁ କାଶ୍ମୀରରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶ ସହ ଜଡିତ ମାମଲା ରୁଜୁ ହେବା ପରେ ଏହି ସର୍ଚ୍ଚ ଅପରେସନ ଚାଲିଛି। ୮ଟି ସ୍ଥାନରେ ଚଢାଉ ଜାରି ରଖିଛି ଏନଆଇଏ।
ସୂଚନା ଅନୁସାରେ, ପାକିସ୍ତାନୀ ଆତଙ୍କବାଦୀଙ୍କ ଭାରତରେ ଅନୁପ୍ରବେଶ ସମ୍ବନ୍ଧରେ ନିକଟରେ ରୁଜୁ ହୋଇଥିବା ଏକ ମାମଲାରେ ଏନଆଇଏ ଜମ୍ମୁ ଡିଭିଜନର ଆଠଟି ସ୍ଥାନରେ ଚଢାଉ କରିଛି। ପୁଲିସ ଏବଂ ଅର୍ଦ୍ଧ ସାମରିକ ବଳ ସହାୟତାରେ ଏନଆଇଏ ଅଧିକାରୀମାନେ ରିଆସି, ଡୋଡା, ଉଧମପୁର, ରାମବନ ଓ କିସ୍ତଓ୍ବାଡ଼ର ଜିଲାରେ ବିଭିନ୍ନ ସ୍ଥାନରେ ତଲାସୀ କରୁଛନ୍ତି। ସୂତ୍ରରୁ ପ୍ରକାଶ ଯେ, ଆତଙ୍କବାଦୀଙ୍କ ଓଭର ଗ୍ରାଉଣ୍ଡ ୱାର୍କର୍ସ(ଓଜିଡବ୍ଲ୍ୟୁ) ପରିସରରେ ଚଢାଉ କରାଯାଉଛି।
Comments are closed.