Latest Odisha News

BREAKING NEWS

‘ବିଗ୍‌ବସ୍‌ ୧୮’ରେ ନିୟାଙ୍କୁ ମିଳିଲା ନାହିଁ ଏଣ୍ଟ୍ରି, କ୍ଷମା ମାଗିଲେ ଅଭିନେତ୍ରୀ

ମୁମ୍ବାଇ: ଆରମ୍ଭ ହେଲା ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ବସ୍‌ ୧୮’। ରବିବାରଠାରୁ ଏହି ଶୋ’ ଆରମ୍ଭ ହୋଇଯାଇଛି। ଏହି ଶୋ’ରେ ଅଭିନେତ୍ରୀ ନିୟା ଶର୍ମା ଅଂଶଗ୍ରହଣ କରୁଥିବା ନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଥିଲା। ନିୟା ମଧ୍ୟ ପୂର୍ବରୁ ଉକ୍ତ ରିପୋର୍ଟକୁ ସ୍ଵୀକାର କରିଥିଲେ। ତେବେ ସେ ରବିବାର ଏହି ଶୋ’ରେ ଅଂଶଗ୍ରହଣ କରୁ ନାହାନ୍ତି ବୋଲି ସୂଚନା ଦେଇଛନ୍ତି।

ସେ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, ସମସ୍ତ ପ୍ରଶଂସକ ଏବଂ ଶୁଭେଚ୍ଛୁମାନଙ୍କୁ କ୍ଷମା ମାଗିବାକୁ ଚାହୁଁଛି। ‘ବିଗ୍‌ବସ୍‌ ୧୮’ରେ କିଛି ବ୍ୟକ୍ତିଗତ କାରଣ ଯୋଗୁଁ ସାମିଲ ହୋଇ ପାରୁନାହିଁ। ସୂଚନା ଥାଉକି ଏହି ଶୋ’ରେ ଅଭିନେତ୍ରୀ ନିୟା ଶର୍ମା ଅଂଶଗ୍ରହଣ କରୁଥିବାନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଥିଲା। କିନ୍ତୁ ବର୍ତ୍ତମାନ ନିୟା ବିଗ ବସ୍‌ରେ ସାମିଲ ହେବେ ନାହିଁ।

ଏହାସହ ରବିବାର ସନ୍ଧ୍ୟାରେ ଅନ୍ୟ ସବୁ କଣ୍ଟେଷ୍ଟେଣ୍ଟଙ୍କ ନା ପ୍ରକାଶ ପାଇଛି। ବିଗବସ୍‌ କୁ ନେଇ ପ୍ରଶଂସକମାନେ ଉତ୍ସାହିତ ଥିବାବେଳେ ବର୍ତ୍ତମାନ ଏହି ଶୋ’ ଆରମ୍ଭ ହୋଇସାରିଛି। ପୂର୍ବରୁ ଖବର ଥିଲା ଯେ ନିର୍ମାତା ନିୟାଙ୍କ ସହ ମାତ୍ର ୧୫ ଦିନର କଣ୍ଟ୍ରାକ୍ଟ ସାଇନ୍‌ କରିଥିଲେ। ବିଗ୍‌ ବସ୍‌ ଘରେ ନିୟା ବିତାଇବାକୁ ଯାଉଥିବା ପ୍ରତ୍ୟେକ ଦିନ ପାଇଁ ଶୋ’ର ନିର୍ମାତା ତାଙ୍କୁ ୫ ଲକ୍ଷ ୪୦ ହଜାର ଟଙ୍କା ଦେବେ ବୋଲି ଖବର ଆସିଥିଲା।

Leave A Reply

Your email address will not be published.