Latest Odisha News

BREAKING NEWS

ମା’ ସମଲେଶ୍ବରୀଙ୍କ ଶେଷ ଦର୍ଶନ ନାଁରେ ଶୋଭାଯାତ୍ରା, ବିସ୍ଥାପିତ ଲୋକଙ୍କ ନିଆରା ପ୍ରତିବାଦ

ସମ୍ବଲପୁର: ବିସ୍ଥାପିତ ଲୋକ ନିଆରା ଢ଼ଙ୍ଗରେ ପ୍ରତିବାଦ । ସମ୍ବଲପୁରର ଅଧିଷ୍ଟାତ୍ରି ଦେବୀ ମା’ ସମଲେଶ୍ବରୀ ଦେବୀଙ୍କ ମନ୍ଦିର ଉନ୍ନୟନ କାର୍ଯ୍ୟ ପାଇଁ ଘର ଉଚ୍ଛେଦ ହେଉଥିବା ବିସ୍ଥାପିତ ଲୋକ ନିଆରା ପ୍ରତିବାଦ କରିଛନ୍ତି । ମା’ଙ୍କ ଶେଷ ଦର୍ଶନ ନାଁରେ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଛି । ଏହି ଶୋଭାଯାତ୍ରାରେ ଶତାଧିକ ପରିବାର ସାମିଲ ହୋଇଛନ୍ତି । କମଲି ବଜାରରୁ ସମଲେଶ୍ବରୀ ମନ୍ଦିର ପର୍ଯ୍ୟନ୍ତ ଯାଇ ମନ୍ଦିର ବାହାରେ ପୂଜାର୍ଚନା କରିଛନ୍ତି । ମନ୍ଦିର ପରିସରରେ ଏକ ଭାବବିହ୍ବଳ ପରିବେଶ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ମା’ ସମଲେଶ୍ବରୀ ଦେବୀଙ୍କ ମନ୍ଦିର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ କରାଯିବ । ଏନେଇ ରାଜ୍ୟ ୫ଟି ସଚିବଙ୍କ ନେତୃତ୍ବରେ ଏକ ୫ ଜଣିଆ ସମଳେଶ୍ବରୀ ମନ୍ଦିର ପରିଦର୍ଶନ କରି ସମୀକ୍ଷା କରି ସାରିଛନ୍ତି । 

ତେବେ ମନ୍ଦିର ଆଖପାଖ ଅଞ୍ଚଳର ଉନ୍ନତିକରଣ କାର୍ଯ୍ୟ ପାଇଁ ବିସ୍ଥାପିତ ହେବାକୁ ଥିବା ଲୋକେ ସରକାରଙ୍କ ବିସ୍ଥାପିତଙ୍କ ପାଇଁ ଥିବା ଥଇଥାନ ନୀତିକୁ ବିରୋଧ କରିଛନ୍ତି । ଏନେଇ ବିସ୍ଥାପିତ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ବିସ୍ଥାପିତଙ୍କୁ ଥଇଥାନ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।

Leave A Reply

Your email address will not be published.