ମୁମ୍ବାଇ:ନ୍ୟୁୟର୍କର ୟାଙ୍କି ଷ୍ଟାଡିୟମରେ ଜୋନସ୍ ବ୍ରଦର୍ସ କନସର୍ଟ ଚାଲିଥିବା ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମରେ ଗାୟକ ତଥା ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ୍ ଜୋନସ ଗୀତ ଗାଉଥିବା ବେଳେ ଷ୍ଟେଜ୍ ତଳକୁ ଖସିପଡ଼ିଲେ । ଫଳରେ ସେ ସାମାନ୍ୟ ଆହତ ହୋଇଛନ୍ତି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
କିଛି ଦିନ ତଳେ ଜୋନସ୍ ବ୍ରଦର୍ସଙ୍କ କନସର୍ଟରେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନଜର ଆସିଥିଲେ । ଏହି ଭିଡିଓରେ ସେ ଜୋନସ୍ ବ୍ରଦର୍ସଙ୍କ ଗୀତ ଶୁଣି କାନ୍ଦିଥିବା ଦେଖିବାକୁ ମିଳିଥିଲା । ଏବେ କନସର୍ଟର ଆଉ ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ପ୍ରିୟଙ୍କାଙ୍କ ସ୍ୱାମୀ ନିକ୍ ଜୋନସ୍ ଷ୍ଟେଜରେ ଗୀତ ଗାଉଥିବା ଦେଖିବାକୁ ମିଳିଛି । ଗୀତ ଗାଇ ଗାଇ ସେ ପଛକୁ ଯାଉଥିବା ବେଳେ ହଠାତ୍ ତାଙ୍କ ଗୋଡ଼ ଖସିଯିବାରୁ ତଳକୁ ଖସିପଡ଼ିଛନ୍ତି । ପଡ଼ିଯିବା ପରେ ନିକ୍ ସଙ୍ଗେ ସଙ୍ଗେ ଉଠି ପଡ଼ି ନିଜର ପ୍ରଦର୍ଶନ ଜାରି ରଖୁଛନ୍ତି । ଏହି ସମୟରେ ନିକ ଏକ ଧଳା ସାର୍ଟ ଏବଂ ହଳଦିଆ ପ୍ୟାଣ୍ଟପିନ୍ଧିଛନ୍ତି, ଯେଉଁଥିରେ ସେ ଖୁବ୍ ସୁନ୍ଦର ଲାଗୁଛନ୍ତି ।
Comments are closed.