Latest Odisha News

BREAKING NEWS

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ବାଲେଶ୍ୱର: ଜିଲ୍ଲାର ଷ୍ଟେସନ୍ ଛକ ସ୍ଥିତ ବିଦେଶୀ ମଦ ଦୋକାନ ଫାଟକରେ ଆଜି ସକାଳେ ଝୁଲି ରହିଥିଲା ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ । ଦେହର ଅଧିକାଂଶ ସ୍ଥାନରେ ସୃଷ୍ଟି ହୋଇଥିଲା କ୍ଷତ ଚିହ୍ନ । ସ୍ଥାନାୟ ଲୋକଙ୍କଠାରୁ ଖବର ପାଇଁ ଘଟଣାସ୍ଥଳରେ ପହଁଚିଥିଲା ସହଦେବଖୁଣ୍ଟା ପୋଲିସ ।

ମିଳିଥିବା ସୂଚନା ଅନୁଯାୟୀ ଯୁବକଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳିପାରିନାହିଁ । ଗତକାଲି ବିଳମ୍ବିତ ରାତିରେ ଯୁବକ ଜଣକ ନିଜ ପିନ୍ଧା ସାର୍ଟରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ପୋଲିସ ସିସିଟିଭି ଫୁଟେଜରୁ ଜାଣିବାକୁ ପାଇଛି । ସଦର ଅତିରିକ୍ତ ତହସିଲଦାର ଅତନୁ ପ୍ରଧାନଙ୍କ ଉପସ୍ଥିତିରେ ପୋଲିସ ମୃତଦେହକୁ ଉଦ୍ଧାର କରି ପୋଷ୍ଟମୋର୍ଟମ ପାଇଁ ପଠାଇଛି ।

ଯୁବକ ଜଣକ କେଉଁ ଅଂଚଳର ? ସେ ନିଜେ ଫାଶୀ ଦେଇଛି କି କେହି ତାକୁ ହତ୍ୟା କରି ମଦ ଦୋକାନ ଫାଟକରେ ଝୁଲାଇଦେଇଛିି, ସେ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ଅଜଣା ଯୁବକଙ୍କ ମୃତ୍ୟୁ ମାମଲାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.