Latest Odisha News

BREAKING NEWS

ନିଧି ଗର୍ଗଙ୍କ ଅନୂଦିତ ପୁସ୍ତକ ‘ବୁଦ୍ଧମ୍ ଶରଣମ୍’ ରାଜ୍ଯପାଳଙ୍କ ଦ୍ଵାରା ଉନ୍ମୋଚିତ

ଭୁବନେଶ୍ବର : ନିଧି ଗର୍ଗଙ୍କ ଅନୂଦିତ ପୁସ୍ତକ ‘ବୁଦ୍ଧମ୍ ଶରଣମ୍’ ରାଜ୍ୟପାଳ  ଗଣେଶୀ ଲାଲଙ୍କ କର କମଳରେ ରାଜ ଭବନ ପରିସରରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଅନୁବାଦିକାଙ୍କ ସହ ନମ୍ରତା ଚଢା, ବିଜୟ ଗର୍ଗ, ରାକେଶ ଗର୍ଗ ଏବଂ ସୁରେନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ବିଶିଷ୍ଟ ସମାଜସେବୀ ତଥା ସ୍ତମ୍ଭକାର ନମ୍ରତା ଚଢାଙ୍କ ମୂଳ ରଚିତ ଏହି ସଙ୍କଳନରେ ସମୁଦାୟ ୧୭ ଟି କାହାଣୀ ସ୍ଥାନ ପାଇଛି। ବୁଦ୍ଧଙ୍କ ସମୟରେ ମହିଳାମାନଙ୍କ ଅବସ୍ଥିତି ବିଷୟରେ ଦର୍ଶାଯାଇଛି। ଏହି ପୁସ୍ତକଟି ଇଜିପ୍ଟରେ ଆୟୋଜିତ ଅନ୍ତରାଷ୍ଟ୍ରୀୟ ହିନ୍ଦୀ ସମ୍ମିଳନୀରେ ‘ସ୍ମୃତି ସିନ୍ଧୁ ରଥ ସମ୍ମାନ’ରେ ପୁରସ୍କୃତ ହେବା ପାଇଁ ମନୋନୀତ ହୋଇସାରିଛି।

Comments are closed.