Latest Odisha News

BREAKING NEWS

ହକି ପ୍ରୋ ଲିଗ:ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ବୃହତ ବିଜୟ

ରାଉରକେଲା: ହରମନପ୍ରୀତ ସିଂଙ୍କ ହ୍ୟାଟ୍ରିକ ବୋଲ ବଳରେ ଭାରତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ହକି ପ୍ରୋ ଲିଗ ମୁକାବିଲାରେ ଅଷ୍ଟ୍ରେଲିଆକୁ ୫-୪ ଗୋଲରେ ପରାସ୍ତ କରିଛି । ହରମନପ୍ରୀତ ପେନାଲ୍ଟି କର୍ଣ୍ଣର ମାଧ୍ୟମରେ ୧୩ତମ, ୧୪ତମ ଓ ୫୫ତମ ମିନିଟରେ ୩ଟି ଯାକ ଗୋଲ କରିଥିଲେ । ପ୍ରଥମ କ୍ୱାର୍ଟର ଶେଷ ସୁଦ୍ଧା ଭାରତ ୨-୧ରେ ଅଗ୍ରଣୀ ରହିଥିଲା । ଯୁଗରାଜ ସିଂ ଓ ସେଲଭମଙ୍କ ଗୋଲ ବଳରେ ଭାରତ ପ୍ରଥମାର୍ଦ୍ଧ ସୁଦ୍ଧା ୪-୧ରେ ସୁବିଧାଜନକ ସ୍ଥିତିରେ ରହିଥିଲା । ମାତ୍ର ଏହା ପରେ ପୂର୍ବତନ ବିଶ୍ୱ ଚାମ୍ପିୟନ ଟିମ ଚମତ୍କାର ପ୍ରଦର୍ଶନ କରି ତୃତୀୟ କ୍ୱାର୍ଟରରେ ଗୋଟିଏ ଏବଂ ଚତୁର୍ଥ କ୍ୱାର୍ଟରରେ ୨ଟି ଗୋଲ କରି ମ୍ୟାଚକୁ ସମାନ ସ୍ଥିତିକୁ ଆଣି ଦେଇଥିଲେ ।

ମାତ୍ର ୫୫ତମ ମିନିଟରେ ହରମନପ୍ରୀତଙ୍କ ଗୋଲ ଭାରତକୁୂ ବିଜୟୀ କରାଇଥିଲା । ପୂର୍ବରୁ ଜର୍ମାନୀକୁ ପରାସ୍ତ କରି ଭାରତ ତାର ଅଭିଯାନ ଆରମ୍ଭ କରିଥିଲା । ଅଷ୍ଟ୍ରେଲିଆ ଟିମରେ ବିଶ୍ୱକପ ଖେଳିଥିବା ଅନେକ ଖେଳାଳି ଥିବା ବେଳେ ଭାରତ ଦଳରେ ୮ଜଣ ଖେଳାଳି ଖେଳୁ ନାହାନ୍ତି ।

Leave A Reply

Your email address will not be published.