ନୂଆଦିଲ୍ଲୀ: ୧୯ ବର୍ଷରୁ କମ ମହିଳା ବିଶ୍ୱକପ କ୍ରିକେଟରେ ନାଇଜେରିଆ ବଡ ବିପର୍ଯ୍ୟୟ ସୃଷ୍ଟି କରିଛି । ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୨ ରନରେ ହରାଇ ନାଇଜେରିଆକୁ ସମସ୍ତଙ୍କୁ ଚକିତ କରିଦେଇଛି । ପଦାର୍ପଣ ବିଶ୍ୱକପରେ ନାଇଜେରିଆ ଏହି ଇତିହାସ ରଚିଛି । ପ୍ରଥମେ ବ୍ୟାଟିଂ କରି ନାଇଜେରିଆ ୧୩ ଓଭରରେ ୬ ୱିକେଟ ହରାଇ ୬୫ ରନ କରିଥିଲା । ଲିଲିଆନ ଉବେ ସର୍ବାଧିକ ୧୯ ଓ ଲକି ପେଟିମ ୧୮ ରନ କରିଥିଲେ । ଅନ୍ୟ କୌଣସି ଖେଳାଳି ୨ ଅଙ୍କ ଛୁଇଁପାରି ନ ଥିଲେ ।
ନ୍ୟୁଜିଲାଣ୍ଡ ୬୬ ରନର ଟାର୍ଗେଟକୁ ପିଛା କରି ନିର୍ଦ୍ଧାରିତ ୧୩ ଓଭରରେ ୬ ୱିକେଟ ହରାଇ ୬୩ ରନ କରିବାକୁ ସକ୍ଷମ ହୋଇଥିଲା । ଅନିକା ଟଡ ୧୯ ଓ ତାସ ୱାକେଲିନ ୧୮ ରନ କରିଥିଲେ । ଶେଷ ୨ ଓଭରରେ ନ୍ୟୁଜିଲାଣ୍ଡ ବିଜୟ ପାଇଁ ୧୭ ରନ ଆବଶ୍ୟକ କରୁଥିଲା । ଶେଷ ଓଭରରେ ୯ ରନ ଆବଶ୍ୟକ ହେଉଥିବା ବେଳେ ନ୍ୟୁଜିଲାଣ୍ଡ ୬ ରନ କରିବାକୁ ସକ୍ଷମ ହୋଇଥିଲା ।
Comments are closed.