Latest Odisha News

ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି- ୨୦୨୦: ୬ ବର୍ଷ ବୟସ ହେଲେ ପ୍ରଥମ ଶ୍ରେଣୀରେ ନାମ ଲେଖାକୁ ମିଳିବ ଅନୁମତି

ଭୁବନେଶ୍ବର: ଏଣିକି ପ୍ରଥମଶ୍ରେଣୀରେ ନାମ ଲେଖାଇବାକୁ ହେଲେ ପିଲାଙ୍କୁ ୬ ବର୍ଷ ବୟସ ହୋଇଥିବା ଦରକାର । ନଚେତ୍ ନାମ ଲେଖାଇବାକୁ ଅନୁମତି ମିଳିବ ନାହିଁ । ଏହାସହିତ ସବୁ ପ୍ରାଥମିକ ସ୍କୁଲରେ ‘ଶିଶୁ ବାଟିକା’ ଖୋଲିବ । ଏହା ଦ୍ବାରା ୫-୬ବର୍ଷ ବୟସର ପିଲାମାନଙ୍କୁ ‘ପ୍ରି ସ୍କୁଲ ଶିକ୍ଷା’ରେ ନାମ ଲେଖାଇବାର ସୁଯୋଗ ମିଳିବ । ଆସନ୍ତା ଶିକ୍ଷାବର୍ଷ ୨୦୨୫-୨୬ ମସିହାରୁ ରାଜ୍ୟରେ ଏହି ନୂଆ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ‘ଜାତୀୟ ଶିକ୍ଷା ନୀତି-୨୦୨୦’ର ପ୍ରାବଧାନ ଅନୁସାରେ ରାଜ୍ୟ ସରକାର ୨୦୨୫-୨୬ ଶିକ୍ଷାବର୍ଷରୁ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଥିବା ପିଲାଙ୍କ ବୟସ ୬ବର୍ଷ ହୋଇଥିବା ଜରୁରୀ । ଶିକ୍ଷାବର୍ଷର ସେପ୍ଟେମ୍ବର ୧ ସୁଦ୍ଧା ପିଲାର ବୟସ ୬ ବର୍ଷରୁ ଊର୍ଦ୍ଧ୍ବ ହେବା ଆବଶ୍ୟକ । ୨୦୨୫-୨୬ ଶିକ୍ଷାବର୍ଷରୁ ସମସ୍ତ ପ୍ରାଥମିକ ସ୍କୁଲରେ ଅତିରିକ୍ତ ପ୍ରି-ସ୍କୁଲ ଶ୍ରେଣୀ ଖୋଲିବ, ଯାହାକି ‘ଶିଶୁବାଟିକା’ ନାମରେ ନାମିତ ହେବ । ସେଠାରେ ୫-୬ବର୍ଷ ବୟସର ପିଲାମାନେ ନାମଲେଖାଇ ପାରିବେ ।

ତେବେ ଓଡ଼ିଶାରେ ‘ଜାତୀୟ ଶିକ୍ଷା ନୀତି-୨୦୨୦’ କାର୍ଯ୍ୟାନ୍ୱୟନ ଉପରେ ଏକ ତିନି ଦିନିଆ ଜାତୀୟ କର୍ମଶାଳା ଜାନୁଆରୀ ୨୧ ରୁ ୨୩, ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ତେବେ ଓଡ଼ିଶାରେ ‘ଜାତୀୟ ଶିକ୍ଷା ନୀତି-୨୦୨୦’ କାର୍ଯ୍ୟାନ୍ୱୟନ ଉପରେ ଏକ ତିନି ଦିନିଆ ଜାତୀୟ କର୍ମଶାଳା ଜାନୁଆରୀ ୨୧ ରୁ ୨୩, ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି କର୍ମଶାଳା ଦ୍ବାରା ଓଡ଼ିଶାରେ ଏନଇପି ର ପର୍ଯ୍ୟାୟକ୍ରମେ କାର୍ଯ୍ୟାନ୍ୱୟନ ପାଇଁ ଏକ ରୋଡମ୍ୟାପ୍ ବିକଶିତ କରିବ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ରାଜ୍ୟରେ ‘ଜାତୀୟ ଶିକ୍ଷା ନୀତି-୨୦୨୦’କୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ।

Comments are closed.