Latest Odisha News

BREAKING NEWS

ପୁଣି ଫେରିଲା ନାଇଟ୍ କର୍ଫ୍ୟୁ, ରାତି ୯ଟାରୁ ସକାଳ ୬ଟା କଟକଣା

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଥରେ ବଢିବାରେ ଲାଗିଛି । ଅହମ୍ମଦାବାଦରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସହରକୁ ପୁଣି ଫେରିଛି ନାଇଟ୍ କର୍ଫ୍ୟୁ । ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି । ଶୁକ୍ରବାରଠାରୁ ଲାଗୁ ହେବାକୁ ଥିବା ଏହି କଟକଣା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରହିବ । ଅହମ୍ମଦାବାଦରେ ବର୍ତ୍ତମାନ ସୁଦ୍ଧା ୪୬ ହାଜର ୨୨ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ପାର୍ବଣ ଋତୁ ପାଇଁ  କରୋନା ବଢୁଥିବା କୁହାଯାଉଛି ।

ସହରରେ କୋଭିଡ ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ବେଡ୍ ରହିଛି, ହସ୍ପିଟାଲରେ ୪୦ ପ୍ରତିଶତ ବେଡ୍ ଏବେ ବି କରୋନା ରୋଗୀଙ୍କ ପାଇଁ ଉପଲବ୍ଧ ଥିବା ଅତିରିକ୍ତ ମୁଖ୍ୟ ସଚିବ କହିଛନ୍ତି । ଅହମ୍ମଦାବାଦ ନଗର ନିଗମ ଅନୁସାରେ ୧୪ଟି ଅଞ୍ଚଳରେ କଣ୍ଟେନମେଣ୍ଟ ସଂଖ୍ୟା ୧୦୦କୁ ବୃଦ୍ଧି ହୋଇଛି । ବୁଧବାର ଗୁଜରାଟରେ ୧୨୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୫ ହଜାର ୩୬୨କୁ ବୃଦ୍ଧି ପାଇଛି । ରାଜ୍ୟରେ ୯୧.୫୦ ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି ।

ଦୀର୍ଘ ଦିନ ପରେ କେନ୍ଦ୍ର ସରକାର ନାଇଟ୍ କର୍ଫ୍ୟୁ ହଟାଇ ଦେଇଥିଲେ । ହେଲେ ଅହମ୍ମଦାବାଦରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ନାଇଟ୍ କର୍ଫ୍ୟୁ ପୁଣି ଥରେ ଲାଗୁ କରାଯାଇଛି । ନଭେମ୍ବର ଆରମ୍ଭରୁ ସହରରେ ଲଗାତର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସହରରେ ଦୈନିକ ସଂକ୍ରମଣ ୨୦୦ ଉପରେ ରହୁଛି । କିଛି ମାସ ପୂର୍ବରୁ ୧୨୫ରୁ ୧୩୦ ମଧ୍ୟରେ ଦୈନିକ ସଂକ୍ରମଣ ରହୁଥିଲା ।

Leave A Reply

Your email address will not be published.