Latest Odisha News

ପିଓକେରେ ଷ୍ଟ୍ରାଇକ ଖବରକୁ ଭାରତୀୟ ସେନାର ଖଣ୍ଡନ

ଶ୍ରୀନଗର: ପିଓକେରେ ଭାରତ ପକ୍ଷରୁ କୌଣସି ଷ୍ଟ୍ରାଇକ ଗୁରୁବାର କରାଯାଇ ନାହିଁ ବୋଲି ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏ ନେଇ ପ୍ରାୟ ସମସ୍ତ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ଏହା ସତ୍ୟ ନୁହେଁ ବୋଲି କହିଛନ୍ତି । ପାକିସ୍ତାନ ଅଧିକୃତ କଶ୍ମୀରରେ ଭାରତୀୟ ସେନା କରିଥିବା ପିନପଏଣ୍ଟ ଷ୍ଟ୍ରାଇକ ଖବରରେ କୌଣସି ସତ୍ୟତା ନାହିଁ । ଭାରତ-ପାକିସ୍ତାନ ସୀମାରେ କୌଣସି ପ୍ରକାରର ଗୁଳିମାଡ଼ ହୋଇନାହିଁ ବୋଲି ଆଜି ଭାରତୀୟ ସେନା ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ।

ଭାରତୀୟ ସେନାର ମିଲାଟାରୀ ଅପରେସନର ଡିଜି ଲ୍ୟୁଟନାଣ୍ଟ ଜେନେରାଲ ପରମଜିତ ସିଂହ କହିଛନ୍ତି, ଏଲଓସି ଡେଇଁ ଭାରତୀୟ ସେନା ପିଓକେରେ ଷ୍ଟ୍ରାଇକ କରିଥିବା ଖବରରେ କୌଣସି ସତ୍ୟତା ନାହିଁ । ଏଲଓସିରେ କୌଣସି ପ୍ରକାରର ଗୁଳିମାଡ଼ ହୋଇନାହିଁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.