Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରସ୍ତାବ ଚୂଡ଼ାନ୍ତ

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଚୂଡାନ୍ତ ହୋଇଛି ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରସ୍ତାବ । ୧୯ ଅକ୍ଟୋବର ୨୦୧୯ରେ କ୍ୟାବିନେଟରେ ଏହି ପ୍ରସ୍ତାବ ଅନୁମୋଦନ ହୋଇଥିଲା। ଯେଉଁଥିପାଇଁ ୮୦୦ କୋଟି ଟଙ୍କାର ପ୍ରୋଜେକ୍ଟ ପ୍ରସ୍ତୁତ ହୋଇଥିଲା।

ସେପଟେ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କହିଛନ୍ତି, ଆଜିର ଦିନ ଶ୍ରୀମନ୍ଦିର ପ୍ରଶାସନ ପାଇଁ ଐତିହାସିକ ଦିନ। ଶ୍ରୀ ଜଗନ୍ନାଥ ଐତିହ୍ୟ କରିଡରର ପ୍ରକଳ୍ପର ଚୁଡାନ୍ତ ରୂପରେଖ ମଞ୍ଜୁରୀ ଲାଭ କରିଛି । ଏହି ପ୍ରକଳ୍ପ ପାଇଁ ୧୯ ଅକ୍ଟୋବର ୨୦୧୯ରେ କ୍ୟାବିନେଟ ୮୦୦ କୋଟି ଟଙ୍କାର ଅନୁମୋଦନ କରିଥିଲେ। ପ୍ରକଳ୍ପ ପାଇଁ ୩୦ ଡିସେମ୍ବରରେ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକଙ୍କ ସାମ୍ନାରେ ରଖିଥିଲେ। ଲୋକଙ୍କୁ ମତାମତ ଦେବାକୁ କୁହାଯାଇଥିଲା। ଏନେଇ ୩ ଶହ ମତାମତ ଆସିଥିବା ବେଳେ, ଗଠନ ହୋଇଥିଲା କମିଟି ।

ସେହିପରି ପ୍ରକଳ୍ପ ପାଇଁ ୫୦ରୁ ଅଧିକ ବୈଠକ ହୋଇଛି । ଐତିହ୍ୟ କରିଡର ପ୍ରକଳ୍ପ ପାଇଁ ୩ଟି କାରଣ ଥିଲା । ମନ୍ଦିର ଏବଂ ଭକ୍ତଙ୍କ ସୁରକ୍ଷା, ମୌଳିକ ସୁବିଧା ଯୋଗାଇ ଦେବା, ସୁନାବେଶକୁ ଅଧିକ ଭକ୍ତ ଦେଖିବା, ଜମି ଅଧିଗ୍ରହଣ କରିବା ସହ ଐତିହ୍ୟ କରିଡର ଶ୍ରୀମନ୍ଦିର ମଠର ମନ୍ଦିର ଗୁଡିକର ପୁନରୁଦ୍ଧାର କରିବା ବାବଦରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ସେହିପରି ଦକ୍ଷିଣ, ଉତ୍ତର ଓ ପଶ୍ଚିମ ଦ୍ବାରକୁ ୯ ଭାଗରେ ବିଭକ୍ତ କରାଯାଇଛି। କୀର୍ତ୍ତନ, ଜରୁରୀ କାଳୀନ ସେବା ପାଇଁ ସୁବିଧା ରହିବ । ୫୫ରୁ ୭୫ ମିଟର ମଧ୍ୟରେ ରହୁଥିବା ଲୋକଙ୍କ ପାଇଁ ସ୍ବତନ୍ତ୍ର ସୁବିଧା କରାଯିବ । ଶ୍ରୀମନ୍ଦିର ଅଭ୍ୟର୍ଥନା କକ୍ଷ, ଏମାର ମଠ ସ୍ଥାନରେ ୪ଟି ବ୍ୟବସ୍ଥା ରହିବ । ୬ହଜାର ଲୋକଙ୍କ ପାଇଁ ଧାଡି ଦର୍ଶନ ବ୍ୟବସ୍ଥା କରାଯିବ। ଅତ୍ୟାବଶ୍ୟକ ସ୍ଥଳେ ଆଉ ୨ ହଜାର ଭକ୍ତଙ୍କ ପାଇଁ ବ୍ୟବସ୍ଥା କରାଯିବ । ୪ ହଜାର ପରିବାରର ବ୍ୟାଗେଜ ପାଇଁ ନିଶୁଳ୍କ ବ୍ୟବସ୍ଥା କରାଯିବ ନେଇ ପ୍ରସ୍ତାବରେ ସ୍ଥାନିତ ରହିଛି ।

ଅନ୍ୟପଟେ ଭିନ୍ନକ୍ଷମ ପାଇଁ ସ୍ବତନ୍ତ୍ର ଶୌଚାଳୟ ସହ ସେବାୟତଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ଶୌଚାଳୟ କରାଯିବ । ଏହାସହ ସୂଚନା ପ୍ରଦାନ କେନ୍ଦ୍ର ଏଟିଏମ ଏବଂ ପୋଲିସ ସର୍ଭିସ ସେଣ୍ଟର ରହିବ । ସାଂସ୍କୃତିକ ମଣ୍ଡପରେ ୫ଶହ ଲୋକ ବସିକି ସଂକୀର୍ତ୍ତନ କରିବେ, ଯେଉଁଠୁ ନୀଳଚକ୍ର ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ମଠରୁ ଅଧିଗ୍ରହଣ ହୋଇଛି ଜମି। ସେଠାରେ ଥିବା ମନ୍ଦିରର ପୁନରୁଦ୍ଧାର କରାଯିବ ।

ଆସନ୍ତା ଫେବୃଆରୀ ୨୮ ତାରିଖରେ ଏନେଇ ଆବେଦନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଟେକ୍ନିକାଲ ଟିମ ଅନୁଧ୍ୟାନ କରିବା ପରେ OBCC ମାଧ୍ୟମରେ ଟେଣ୍ଡର କରାଯାଇ କାମ ଆରମ୍ଭ ହେବ । କାମ ପାଇଁ ପୁରୀରେ ଏକ କର୍ମଶାଳା କରାଯିବ । ଏଥିପାଇଁ ଆସନ୍ତା ଜୁନ ୧ରୁ କାମ ଆରମ୍ଭ ହେବ । ଏହାସହ ଅଧିଗ୍ରହଣ କାମ ୮୫ ପ୍ରତିଶତ ସରିଥିବା ବେଳେ, ବାକି ଜମି ଅଧିଗ୍ରହଣ ପାଇଁ ଜନ ଶୁଣାଣୀ ହୋଇଛି ।

Leave A Reply

Your email address will not be published.