Latest Odisha News

BREAKING NEWS

ରାଜ୍ୟରେ ଆଜିଠୁ ନୂଆ କଟକଣା, ରାତି ୯ଟାରୁ ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର: ବଢ଼ୁଛି ଓମିକ୍ରନ ଭୟ । ରାଜ୍ୟରେ ଆଜିଠୁ ଲାଗୁ ହେବାକୁ ଯାଉଛି ନୂଆ କରୋନା କଟକଣା । ଆଜି ରାତି ୯ଟାରୁ ସବୁ ସହରାଞ୍ଚଳରେ ଲାଗିବ ନାଇଟ୍ କର୍ଫ୍ୟୁ । ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ରହିବ । ଏହି ସମୟରେ ମୋବାଇଲ ଓ ପାଟ୍ରୋଲିଂ କଡ଼ାକଡ଼ି କରାଯିବ । ଦୋକାନ, ବଜାର ବନ୍ଦ ସହ ଯେମିତି କେଉଁଠି ଗହଳି ନହେବ ତାହା ଉପରେ ସ୍ୱତନ୍ତ୍ର ନଜର ରଖାଯିବ । ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ମିଳିବ ।

ହୋଟେଲ ଓ ରେଷ୍ଟୁରାଣ୍ଟ ୫୦ ପ୍ରତିଶତ ଗ୍ରାହକରେ ଚାଲିବ । ରାସ୍ତାକଡ଼ ଦୋକାନ ୯ଟା ଯାଏଁ ଖୋଲିବ । ଏକାସମୟରେ ସର୍ବାଧିକ ୫ଜଣ ଗ୍ରାହକ ରହିବେ । ୧ହଜାର ଲୋକଙ୍କୁ ନେଇ ଯାତ୍ରା ଚାଲିପାରିବ । ହେଲେ ଯାତ୍ରା ମାଲିକ ନିୟମକୁ କଡ଼ାକଡ଼ି ପାଳନ କରିବେ । ମଲ, ବଜାରରେ ଭିଡ଼ ହେଲେ ଏଥିପାଇଁ ଦୋକାନ ମାଲିକ ଦାୟୀ ରହିବେ । ନିୟମ ଉଲ୍ଲଂଘନ କଲେ ୭ଦିନ ଯାଏଁ ଦୋକାନ ବନ୍ଦ ରହିବ ।

ପର୍ଯ୍ୟଟନ ସ୍ଥାନ ଓ ପାର୍କରେ ପିକନିକ୍ ହୋଇପାରିବନି । ସିନେମା ହଲ ୫୦ ପ୍ରତିଶତ ସିଟ୍ କ୍ଷମତାରେ ଚାଲିବ । ସରକାରୀ ମିଟିଂରେ ୧୦୦ ଲୋକ ରହିବେ । ବିବାହ ଉତ୍ସବରେ ୧୦୦ଜଣଙ୍କୁ ଅନୁମତି । ୩୦ଜଣ ବରଯାତ୍ରୀଙ୍କୁ ମଧ୍ୟ ଅନୁମତି ମିଳିଛି । ଅନ୍ତ୍ୟେଷ୍ଟି କାର୍ଯ୍ୟରେ ସର୍ବାଧିକ ୫୦ଲୋକଙ୍କୁ ଅନୁମତି ଦିଆଯାଇଛି । ବାହାଘର ଓ ରିସେପସନ ଛଡ଼ା ହଳଦୀ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହୋଇପାରିବନି । ଆଜିଠୁ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ୍ । ମାସ୍କ, ସାମାଜିକ ଦୂରତା ଓ ବାରମ୍ବାର ହାତ ଧୋଇବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି ।

Leave A Reply

Your email address will not be published.