Latest Odisha News

ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାର ସ୍ଥିତି ଭଲ ଅଛି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ସମଗ୍ର ଦେଶରେ ଓମିକ୍ରନ ଆକ୍ରାନଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଅନ୍ୟ ରାଜ୍ୟ ତୁଳନାରେ ଏବେ ଓଡ଼ିଶାରେ ସ୍ଥିତି ଭଲ ଅଛି । ବର୍ତ୍ତମାନ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ କିମ୍ବା ଲକଡ଼ାଉନ ଭଳି ପରିସ୍ଥିତି ନାହିଁ । ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଟେଷ୍ଟ ପଜିଟିଭ୍ ହାର ୧୦ ପ୍ରତିଶତ ଉପରେ ରହିଲେ ହସ୍ପିଟାଲାଇଜେସନର ଆବଶ୍ୟକ ପଡ଼ିପାରେ । ରାଜ୍ୟରେ ସଂକ୍ରମଣ ବଢ଼ିଲେ ଲକଡ଼ାଉନ୍ ଭଳି ନିୟମର ଆବଶ୍ୟକ ପଡ଼ିପାରେ ବୋଲି ସୂଚନା ଦେଇଛନ୍ତି ।

ଓମିକ୍ରନକୁ ନେଇ ସେ କହିଛନ୍ତି, ବିଦେଶରୁ ରାଜ୍ୟକୁ ଫେରିଥିବା ୧୮ଜଣଙ୍କ କରୋନା ପଜିଟିଭ ବାହାରିଥିଲା । ଯାହା ମଧ୍ୟରୁ ୮ଜଣ ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛନ୍ତି । ବାକି ୧୦ଜଣଙ୍କ ନେଗେଟିଭ ଆସିଛି ।

Comments are closed.