Latest Odisha News

BREAKING NEWS

ରାଜସ୍ଥାନର ୮ଟି ସହରରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ

ରାଜସ୍ଥାନ : ଦେଶରେ ରେକର୍ଡ ଭାଙ୍ଗୁଛି କରୋନା । ପ୍ରତିଦିନ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଯାହାକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ଲାଗୁ ହେଲାଣି କଟକଣା । ଏହି କ୍ରମରେ ରାଜସ୍ଥାନ ସରକାର ରାଜ୍ୟର ୮ଟି ସହରରେ ଲାଗୁ କରିଛନ୍ତି ନାଇଟ୍ କର୍ଫ୍ୟୁ । କରୋନା ମହାମାରୀ ପାଇଁ ଆଜମେର, ଭିଲାଓ୍ୱାଡା, ଜୟପୁର, ଯୋଧପୁର, କୋଟା, ଉଦୟପୁର, ସାଗଓ୍ୱାଡା ଓ କୁଶଲଗଡ଼ରେ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି ରାଜସ୍ଥାନ ସରକାର ।

ଆସନ୍ତାକାଲିଠାରୁ ରାଜସ୍ଥାନର ଏହି ୮ଟି ସହରରେ ରାତି ୧୧ଟାରୁ ସକାଳ ୫ଟା ଯାଏ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ଏହି ସମୟରେ ସମସ୍ତ ପୌର ପାଳିକାରେ ଦୋକାନ ବଜାର ବନ୍ଦ ରହିବ । ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପ୍ରାଥମିକ ସ୍କୁଲ ଗୁଡ଼ିକ ବନ୍ଦ ରହିବ ବୋଲି ସରକାର କହିଛନ୍ତି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଗେହଲଟ୍ ସରକାର । ସେହିପରି ରାଜସ୍ଥାନକୁ ଆସୁଥିବା ବାହାର ରାଜ୍ୟର ଲୋକଙ୍କୁ କୋଭିଡ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ ବୋଲି କହିଛନ୍ତି ଗେହଲଟ୍ ।

Leave A Reply

Your email address will not be published.