Latest Odisha News

ଆସନ୍ତୁ ଜାଣିବା ଭାରତ-ଇଂଲଣ୍ଡ ଟି୨୦ ସିରିଜର ୧୨ ରେକର୍ଡ ବିଷୟରେ

ମେଟେରା: ବିରାଟ କୋହଲି ନେତୃତ୍ୱାଧୀନ ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜ ବିଜୟ ହାସଲ କରି ସମାଲୋଚକଙ୍କ ମୁହଁ ବନ୍ଦ କରିଛି । ଆସନ୍ତୁ ଜାଣିବା ଏହି ସିରିଜରେ ୧୨ଟି ରେକର୍ଡ ବିଷୟରେ-
୧.ବିରାଟ କୋହଲି ଅଧିନାୟକ ଭାବେ ସର୍ବାଧିକ ୧୨ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ କେନ ୱିଲିୟମସନଙ୍କ ୧୧ ଅର୍ଦ୍ଧଶତକ ରେକର୍ଡ ଭାଙ୍ଗିଛନ୍ତି ।
୨.ରୋହିତ ଶର୍ମା ଆନ୍ତର୍ଜାତୀୟ ଟି୨୦ ମୁକାବିଲାରେ ୧୩୩ ଛକା ମାରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ମାର୍ଟିନ ଗୁପଟିଲ ୧୩୯ ଛକା ସହ ପ୍ରଥମ ସ୍ଥାନରେ ରହିଛନ୍ତି ।
୩.ଆନ୍ତର୍ଜାତୀୟ ଟି୨୦ରେ ଇଂଲଣ୍ଡ ବିପକ୍ଷରେ ଭାରତ ସର୍ବାଧିକ ସ୍କୋର ୨୨୪ ରନ ସଂଗ୍ରହ କରିଛି ।
୪.ଟି୨୦ ସିରିଜରେ ବିରାଟ କୋହଲି ସର୍ବାଧିକ ୭ଥର ମ୍ୟାନ ଅଫ ଦି ସିରିଜ ପୁରସ୍କାର ହାତେଇଛନ୍ତି ।

୫. କୋହଲି ଆନ୍ତର୍ଜାତୀୟ ଟି୨୦ରେ ୩୦୦୦ ରନ ସମ୍ପୂର୍ଣ୍ଣ କରିଛନ୍ତି ।
୬.ଡେଭିଡ ମଲାନ ଟି୨୦ରେ ୨୪ ଇନିଂସରେ ଦ୍ରୁତ ୧୦୦୦ ରନ ସଂଗ୍ରହ କରି ବାବର ଆଜମଙ୍କ ରେକର୍ଡ ଭାଙ୍ଗିଛନ୍ତି ।
୭. ଅଧିନାୟକ ଭାବେ ବିରାଟ କୋହଲି କ୍ରିକେଟର ୩ ଫର୍ମାଟରେ ୧୨୦୦୦ ରନ ପୂର୍ଣ୍ଣ କରିଛନ୍ତି ।
୮. କୋହଲି ଅଧିନାୟକ ଭାବେ ଭାରତ ପକ୍ଷରୁ ସର୍ବାଧିକ ୧୪ଥର ଶୂନରେ ଆଉଟ ହୋଇଛନ୍ତି ।
୯. ଅଜିଙ୍କ୍ୟ ରାହାଣେଙ୍କ ପରେ ଈଶାନ କିଶାନ ପଦାର୍ପଣ ଟି୨୦ ମ୍ୟାଚରେ ଭାରତ ପକ୍ଷରୁ ଦ୍ୱିତୀୟ ଖେଳାଳି ଭାବେ ଅର୍ଦ୍ଧଶତକ ହାସଲ କରିଛନ୍ତି ।
୧୦. ସେହିପରି ପଦାର୍ପଣ ମ୍ୟାଚରେ ୪ଛକା ମାରିବାରେ ଈଶାନ ପ୍ରଥମ ଭାରତୀୟ ଖେଳାଳି ହୋଇଛନ୍ତି ।
୧୧.ସୂର୍ଯ୍ୟକୁମାର ପଦାର୍ପଣ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିବାରେ ୫ମ ଭାରତୀୟ ଖେଳାଳି ହୋଇଛନ୍ତି ।
୧୨. ଟି୨୦ ଫର୍ମାଟରେ ରୋହିତଙ୍କ ୯୦୦୦ ରନ ପୂର୍ଣ୍ଣ ।

Leave A Reply

Your email address will not be published.