ପୁରୀ: ପୁରୀ ଚକ୍ରତୀର୍ଥ ରୋଡ ସ୍ଥିତ ଏକ ହୋଟେଲରେ ଘଟିଛି ଅଭାବନୀୟ ଘଟଣା । ହୋଟେଲ ନାଇଟ ମ୍ୟାନେଜର ତ୍ରିଲୋଚନ ବାରିକ ଓ ସୁରକ୍ଷାକର୍ମୀ ପ୍ରସନ୍ନ ମାଛୁଆଙ୍କ ସମେତ ଅନ୍ୟ ୪ ଜଣ ହୋଟେଲ କର୍ମଚାରୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।
ସବୁଠାରୁ ସାଂଘାତିକ ଘଟଣା ହେଉଛି ପ୍ରଭୁ ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀଙ୍କ ବଡ ପୁଅ ନିଜେ ଏହି ଆକ୍ରମଣ କରିଥିବାର ଗୁରୁତର ଅଭିଯୋଗ ହୋଇଛି । ଦୁଇ ଜଣ ଯୁବକ ଗତକାଲି ବିଳମ୍ବିତ ରାତିରେ ହୋଟେଲ ଭିତରେ ପଶି ଏହି ଉନ୍ମତ୍ତକାଣ୍ଡ ଘଟାଇଛନ୍ତି ।
ଏ ସମସ୍ତ ଘଟଣା ହୋଟେଲରେ ଥିବା ସିସିଟିଭି କ୍ୟାମେରାରେ କଏଦ୍ ହୋଇଛି । ସଂପୃକ୍ତ ଦୁଇ ଜଣ ଯୁବକ ପ୍ରାୟ ୨୦ ମିନିଟ୍ ଧରି ବିନା କାରଣରେ ହୋଟେଲ ନାଇଟ ମ୍ୟାନେଜରଙ୍କ ସହ ପ୍ରତିବାଦ କରିଥିବା ଅନ୍ୟ ୪ ଜଣ ହୋଟେଲ କର୍ମଚାରୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି ।
ଘଟଣା ସମ୍ପର୍କରେ ସମୁଦ୍ରକୂଳ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ସେମାନଙ୍କୁ ଥାନାକୁ ନେଇ ପରେ ଛାଡ଼ି ଦେଇଥିବା ସୂଚନା ମିଳିଛି ।
Comments are closed.