Latest Odisha News

ରାଜ୍ୟରେ ଅସମ୍ଭାଳ ହେବ ତାତି, ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ରାତି ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିବ ତାତି। ଆସନ୍ତା ୪ଦିନ ଯାଏ ପାଗ ପୂରା ଶୁଖିଲା ରହିବ। ଏହା ପରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବ। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ ଦେଇଛି। ଆଗକୁ ବଢିବ ତାପମାତ୍ରା, ଅସମ୍ଭାଳ ହେବ ତାତି। ୩ ଦିନ ପରେ ୨ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ରବିବାର ଫୁଲବାଣୀରେ ରାତି ତାପମାତ୍ରା ସବୁଠୁ କମ୍‌ ୧୨.୫ ଡିଗ୍ରୀ ସେଲସିୟସ୍‌ ଥିଲା। ରାଉରକେଲାରେ ରାତି ତାପମାତ୍ରା ୧୪.୫ ଡିଗ୍ରୀ, ସୁନ୍ଦରଗଡ଼ରେ ୧୫.୩, ଭବାନୀପାଟଣାରେ ୧୫.୫, ଅନୁଗୁଳରେ ୧୫.୬ ଡିଗ୍ରୀ ଥିଲା। ବୌଦ୍ଧ ଓ ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା ସର୍ବାଧିକ ୩୬ ଡିଗ୍ରୀ ଥିଲା।

Comments are closed.