Latest Odisha News

BREAKING NEWS

Weather Update: ଲାଗିରହିଛି ଥଣ୍ଡାର ପ୍ରକୋପ…ଆହୁରି ୨ରୁ ୩ ଡିଗ୍ରୀ ତଳକୁ ଖସିବ ପାରଦ

ଭୁବନେଶ୍ବର:ସାରା ରାଜ୍ୟରେ ଏବେ ଲାଗିରହିଛି ଥଣ୍ଡାର ପ୍ରକୋପ । । ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ପ୍ରବଳ ଶୀତ ଅନୁଭୂତ ହେଉଛି। ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ପ୍ରବଳ ଥଣ୍ଡା । ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି । ଗତକାଲି ରାଉରକେଲାରେ ସବୁଠାରୁ କମ୍ ତାପମାତ୍ରା ୭.୭ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୭.୪ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି।

ଝାରସୁଗୁଡ଼ାରେ ୭୧ ବର୍ଷର ରେକର୍ଡ ଭାଙ୍ଗିଛି ଶୀତ। ଝାରସୁଗୁଡ଼ାରେ ନଭେମ୍ବରରେ ୮ ଦଶମିକ ୧ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରଯାଇଛି, ଯାହାକି ୭୧ ବର୍ଷରେ ସର୍ବନିମ୍ନ।

ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଏହାସହିତ ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ତଳକୁ ଖସିବ । ବର୍ତ୍ତମାନ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁର ପ୍ରବାହ ଅଧିକ ରହୁଛି ।

 

Comments are closed.