Latest Odisha News

BREAKING NEWS

Weather Update: ପଶ୍ଚିମା ଝଡ଼ର ପ୍ରଭାବ: କମିବ ଶୀତ, ବଢ଼ିବ ରାତି ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଦିନରେ ଥଣ୍ଡା ପବନ ମଧ୍ୟ ବହୁଛି। ବିଶେଷକରି ରାତିରେ ଶୀତର ପ୍ରକୋପ ଅଧିକ ରହୁଥିବାରୁ ଲୋକମାନେ ନିଆଁ ପୋଉଁଛନ୍ତି। କିନ୍ତୁ ଏଭଳି ଶୀତ ଆଉ ବେଶି ଦିନ ରହିବନି। କାରଣ ଦୁଇ ଦିନ ପରେ ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ ପଡିବ। ଫଳରେ ବଢ଼ିବ ରାତି ତାପମାତ୍ରା, କମିବ ଶୀତ।

ଦୁଇ ଦିନ ପରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବଢ଼ିବ। ୧୯ ତାରିଖରେ ପୁଣି ପଶ୍ଚିମା ଝଡ଼ ସକ୍ରିୟ ହେବ। ଫଳରେ ତାପମାତ୍ରା ଆହୁରି ବଢିବ। ୫ ଦିନ ଯାଏ ଉତ୍ତର ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ କୁହୁଡ଼ି ଦେଖାଯାଇପାରେ। ପଶ୍ଚିମା ଝଡ ପ୍ରଭାବରେ ଝାରସୁଗୁଡା ଓ କେନ୍ଦୁଝରରେ ବଢିଲା ତାପମାତ୍ରା। ଭୋର ୫.୩୦ ସୁଦ୍ଧା ଝାରସୁଗୁଡା ତାପମାତ୍ରାରେ ୨ ଡିଗ୍ରୀ ବୃଦ୍ଧି। ଝାରସୁଗୁଡାର ତାପମାତ୍ରା ୮.୮ ଡିଗ୍ରୀ ରେକର୍ଡ। ୧.୨ ଡିଗ୍ରୀ ବୃଦ୍ଧି ସହ କେନ୍ଦୁଝରରେ ତାପମାତ୍ରା ୧୦.୬ ଡିଗ୍ରୀ ରହିଛି।

ଅନ୍ୟପଟେ କେନ୍ଦୁଝର, ସୁନ୍ଦରଗଡ଼ କନ୍ଧମାଳ, କଳାହାଣ୍ଡି ଓ ମୟୂରଭଞ୍ଜ ଜିଲ୍ଲାରେ ହାଲୁକା ଠାରୁ ମଧ୍ୟମ କୁହୁଡ଼ି ଦେଖାଯିବା ସମ୍ଭାବନା ରହିଛି। ୧୧ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ। ଏଥର ଶୀତ ସବୁ ରେକର୍ଡ ଭାଙ୍ଗିଛି। ଆକାଶ ନିର୍ମଳ ରହିବା, ହିମାଳୟରୁ ଆସୁଥିବା ବରଫାବୃତ୍ତ ପବନ, ଘନ କୁହୁଡ଼ି ଓ ସମୁଦ୍ରରୁ ଆସୁଥିବା ଜଳୀୟବାଷ୍ପ କମିବା ଯୋଗୁଁ ପାରଦ ତଳମୁହାଁ ହେଉଛି।

 

Comments are closed.