ଭୁବନେଶ୍ୱର: ଆସନ୍ତା ୩ ଦିନ ମଧ୍ୟରେ ଓଡ଼ିଶାରେ ପାରଦ ପୁଣି ୨-୩°C ହ୍ରାସ ପାଇବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରବିବାର ସୂଚନା ଦେଇଛି।
ଅପରପକ୍ଷରେ ଆଗାମୀ ସାତ ଦିନ ମଧ୍ୟରେ ରାଜ୍ୟରେ କୌଣସି ଶୀତ ଲହରୀ ନେଇ ସତର୍କତା ଜାରି କରାଯାଇନାହିଁ।
ତାମିଲନାଡୁ ଉପକୂଳ ନିକଟବର୍ତ୍ତୀ ବଙ୍ଗୋପସାଗର ଉପରେ ୩ରୁ ୪ଦିନ ଧରି ସ୍ଥିର ଲଘୁ ଚାପ ଯୋଗୁଁ ଓଡ଼ିଶାରେ ତାପମାତ୍ରା ପ୍ରାୟ ୨°C ପର୍ଯ୍ୟନ୍ତ ହ୍ରାସ ପାଇ ଶୀତ ପ୍ରକୋପ ଦେଖାଦେଇଥିଲା। ଯାହା ଫଳରେ ହିମାଳୟ ପାଦଦେଶ ଅଞ୍ଚଳରୁ ରାଜ୍ୟ ଆଡକୁ ଶୁଷ୍କ, ଥଣ୍ଡା ପବନ ପ୍ରବାହିତ ହୋଇଥିଲା।
ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଉରକେଲାରେ ୮, ଝାରସୁଗୁଡ଼ା ୮.୩, କେନ୍ଦୁଝର ୧୨.୬ ଡିଗ୍ରୀ, ସମ୍ବଲପୁରରେ ୧୨.୭, ହୀରାକୁଦରେ ୧୩.୯, ବାଲେଶ୍ୱର ୧୫.୨ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ପାରାଦୀପରେ ୧୫.୫, ଭୁବନେଶ୍ୱରରେ ୧୫.୭, ପୁରୀରେ ୧୮.୪ ଡିଗ୍ରୀ ରେକର୍ଡ ହୋଇଛି ।
Comments are closed.