Latest Odisha News

ଓଡ଼ିଶା ଉପକୂଳରୁ ଅଗ୍ନି କ୍ଷେପଣାସ୍ତ୍ରର ପ୍ରଥମଥର ଲାଗି ରାତିରେ ସଫଳ ପରୀକ୍ଷଣ

ଭଦ୍ରକ: ଓଡ଼ିଶା ଉପକୂଳରୁ ଅନୁକୂଳ ପାଗକୁ ଭିତ୍ତିକରି ପ୍ରଥମଥର ଲାଗି ଆଣବିକ କ୍ଷମତା ସମ୍ପନ୍ନ ଅଗ୍ନି-୧ କ୍ଷେପଣାସ୍ତ୍ରର ମଙ୍ଗଳବାର ରାତିରେ ସଫଳ ପରୀକ୍ଷଣ ହୋଇପାରିଛି ।

ଭାରତୀୟ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ଏବଂ ଭାରତୀୟ ସେନାର ଷ୍ଟ୍ରାଟେଜିକ ଫୋର୍ସ କମାଣ୍ଡ ଦ୍ୱାରା ଭୂପୃଷ୍ଠରୁ ଭୂପୃଷ୍ଠକୁ ୭୦୦ କିମି ଦୂରତାର ଲକ୍ଷ୍ୟଭେଦ କରିପାରୁଥିବା ଅଗ୍ନି କ୍ଷେପଣାସ୍ତ୍ର ଭଦ୍ରକ ଜିଲ୍ଲାର ଧାମରା ନିକଟବର୍ତ୍ତୀ ଅବଦୁଲ କାଲାମ ଦ୍ୱୀପରୁ ସଫଳ ପରୀକ୍ଷା ହୋଇଛି ।

ଏହି ପରୀକ୍ଷଣ ଭାରତ ସରକାରଙ୍କ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡ଼ିଆରଡ଼ିଓ) ପକ୍ଷରୁ ନିର୍ମାଣ ଓ ବିକାଶ କରାଯାଇଥିବା ସୂଚନା ମିଳିଛି ।

ଡ଼ିଆରଡ଼ିଓର ଭଦ୍ରକର ଏହି ଅବଦୁଲ କାଲାମ ଦ୍ୱୀପର ଏହି ବେସରୁ ୨୦୧୨ ମସିହା ଜାନୁଆରୀ ୨୫ ତାରିଖରୁ ଅନେକଥର କ୍ଷେପଣାସ୍ତ୍ର ପରୀକ୍ଷଣ ହୋଇଥିଲେ ମଧ୍ୟ ପ୍ରଥମଥର ଲାଗି ରାତିରେ ସଫଳ ଉଦକ୍ଷେପଣ ହୋଇପାରିଛି ।

ଏହି ବ୍ୟୟବହୁଳ ତଥା ଉନ୍ନତ କୌଶଳ ସମ୍ପନ୍ନ ପ୍ରଥମେ ୨୦୧୪ ମସିହାରେ ଉତକ୍ଷେପଣ କରାଯାଇଥିଲା ।

ଏହି ଅଗ୍ନି-୧ କ୍ଷେପଣାସ୍ତ୍ରଟିର ଓଜନ ୧୨ଟନ ଏବଂ ଏହା ୧୫ ମିଟର ଲମ୍ବ ବିଶିଷ୍ଟ । ଏହି ୧୦୦୦ କେଲୋ ଓଜନର ମାରଣାସ୍ତ୍ର ବହନ କରିବାର କ୍ଷମତା ରଖିଥିବା କ୍ଷେପଣାସ୍ତ୍ରଟି ଭାରତୀୟ ସେନାରେ ସାମିଲ ହୋଇଛି ।

Leave A Reply

Your email address will not be published.