Latest Odisha News

BREAKING NEWS

ରାଜ୍ୟ ସରକାର ବୃଦ୍ଧି କଲେ ଶ୍ରମିକଙ୍କ ଦୈନିକ ମଜୁରି

ଭୁବନେଶ୍ୱର : ରାଜ୍ୟ ସରକାର ମଙ୍ଗଳବାର ଦିନ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ହାରରେ ବୃଦ୍ଧି କରିଛନ୍ତି । ଏନେଇ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ପରେ ଅଣକୁଶଳୀ, ଅର୍ଦ୍ଧ କୁଶଳୀ ଓ ଉଚ୍ଚ କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ବୃଦ୍ଧି ପାଇଛି ।

ସୂଚନା ଅନୁଯାୟୀ ଅଣକୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରି ୨ଶହ ଟଙ୍କାରୁ ୨୮୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏଥିସହିତ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରି ୨୨୦ରୁ ୩୨୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ କୁଶଳୀ ଶ୍ରମିକଙ୍କ ଦୈନିକ ସର୍ବନିମ୍ନ ମଜୁରି ୨୪୦ ଟଙ୍କାରୁ ୩୭୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଉଚ୍ଚ କୁଶଳୀ ଶ୍ରମିକ ମାନଙ୍କ ଦୈନିକ ମଜୁରି ୨୬୦ରୁ ୪୩୦ ଟଙ୍କାକୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.