Latest Odisha News

BREAKING NEWS

ୟୁରୋପରେ ମାତିଛନ୍ତି ଛୁଂଚି ଫୋଡା ଗ୍ୟାଙ୍ଗ

ପ୍ୟାରିସ: ଫ୍ରାନ୍ସ, ବ୍ରିଟେନ ସମେତ ୟୁରୋପା ଅନେକ ଦେଶରେ ଏବେ ମାତିଛନ୍ତି ଛୁଂଚିଫୋଡା ଗ୍ୟାଙ୍ଗ । ନାଇଟ କ୍ଲବ, କନସର୍ଟ୍ସ ଏବଂ ଗହଳିପୂର୍ଣ୍ଣ ସ୍ଥାନରେ ଲୋକଙ୍କୁ କୌଣସି ଅଜଣା ବ୍ୟକ୍ତି ଛୁଂଚି ଫୋଡିବା ପରେ ଖସି ପଳାଉଛି । ଏହା ପରେ ବ୍ୟକ୍ତିଜଣଙ୍କୁ ମୁଣ୍ଡ ବୁଲାଇହେବା, ବାନ୍ତି ଲାଗିବା ଏବଂ ବିଚଳିତ ହେଲା ପରି ଲକ୍ଷଣ ଦେଖାଯାଉଛି । ଏହା କଣ ପାଇଁ କରାହେଉଛି ସେ ବିଷୟରେ କିଛି ତଥ୍ୟ ମିଳି ନାହିଁ । ଫ୍ରାନ୍ସ ଏ ଭଳି ୩୦୨ ଘଟଣା ପୋଲିସ ନଜରକୁ ଆସିଛି । ବିଶେଷ କରି ମହିଳାମାନଙ୍କୁ ଟାର୍ଗେଟ କରାଯାଉଛି । ଫ୍ରାନ୍ସ ପରେ ବ୍ରିଟେନ, ବେଲିଜୟମ ଓ ନେଦରଲାଣ୍ଡରେ ମଧ୍ୟ ଏହି ଘଟଣା ବୃଦ୍ଧି ପାଇବାରେ ଲାଗିଛି ।

ପ୍ରଥମେ ଇଂଜେକ୍ସନରେ ଡ୍ରଗ୍ସ ଥିବା ସନ୍ଦେହ କରାଯାଉଥିଲା । ତେବେ ଫ୍ରାନ୍ସର କେତେକ ମହିଳାଙ୍କ ୟୁରିନ ଟେଷ୍ଟ ପରେ ଏଥିରେ ଜିଏଚବି ଥିବା ଜଣାପଡିଛି । ଏହା ବେହୋଶ କରିବା ପାଇଁ ବ୍ୟବହାର କରାଯାଇଥାଏ । ପୋଲିସ ଏହି ଗ୍ୟାଙ୍ଗକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛି ।

Leave A Reply

Your email address will not be published.