Latest Odisha News

BREAKING NEWS

ସୋନିଆଙ୍କ ପରେ ପ୍ରିୟଙ୍କାକୁ କରୋନା

ନୂଆଦିଲ୍ଲୀ: ସୋନିଆ ଗାନ୍ଧୀଙ୍କ ପରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ କରୋନା ସଂକ୍ରମିତ ହୋଇଛନ୍ତି । ସେ ନିଜକୁ ଆଇସୋଲେଶନ କରିବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଟେଷ୍ଟ କରାଇନେବା ପାଇଁ ପରାମର୍ଶ ଦେଇଛନ୍ତି । ଏହା ପୂର୍ବରୁ ଗୁରୁବାର ସୋନିଆ କରୋନା ସଂକ୍ରମିତ ହୋଇଥିଲେ ମଧ୍ୟ ଧିରେ ଧିରେ ସୁସ୍ଥ ହେବାରେ ଲାଗିଛନ୍ତି । ନିକଟରେ ସୋନିଆ ଏବଂ ପ୍ରିୟଙ୍କା ଦଳର ପ୍ରମୁଖ ନେତାମାନଙ୍କ ସହ ଘନ ଘନ ବୈଠକ କରିଥିଲେ ।

ବୈଠକ ପରେ କେତେକ କଂଗ୍ରେସ କର୍ମୀଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିବା ଜଣାପଡିଛି । ପ୍ରିୟଙ୍କାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ଏବଂ କୌଣସି ଚିନ୍ତାଜନକ ପରିସ୍ଥିତି ନାହିଁ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।

Leave A Reply

Your email address will not be published.