Latest Odisha News

BREAKING NEWS

ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପ : ୩ ପଦକ ନିଶ୍ଚିତ କଲେ ଭାରତୀୟ ବକ୍ସର

ଇସ୍ତାନବୁଲ: ଏଠାରେ ଚାଲିଥିବା ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପରେ ସୋମବାର ଭାରତୀୟ ବକ୍ସରମାନେ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛନ୍ତି । ପ୍ରଥମ ଦିବସରେ ୩ ବକ୍ସର ପଦକ ନିଶ୍ଚିତ କରିଛନ୍ତି । ନିଖିତ ଜରିନ, ଅନାମିକା ଓ ପରୱିନ ସେମାନଙ୍କ ବିଭାଗରେ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ତେବେ ଦୁଇ ଷ୍ଟାର ବକ୍ସର ପୂଜା ରାନୀ ଓ ନୀତୁ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି । ୭୩ ଦେଶର ୩୧୦ ବକ୍ସର ଏଥ୍‌ôରେ ଅଂଶଗ୍ରହଣ କରୁଛନ୍ତି । ୫୨ କେଜି ବିଭାଗରେ ତେଲେଙ୍ଗାନାର ୨୫ ବର୍ଷୀୟା ନିଖିତ ଇଂଲଣ୍ଡର ଚାର୍ଲି ସିୟାନଙ୍କୁ କ୍ୱାର୍ଟରଫାଇନାଲରେ ପରାସ୍ତ କରିଥିଲେ । ସେମିରେ ସେ ବ୍ରାଜିଲର କ୍ୟାରୋଲିନା ଡି ଅଲମେଡାଙ୍କୁ ଭେଟିବେ ।

୫୭ କିଗ୍ରା ବିଭାଗରେ ମନୀଷା ମଙ୍ଗୋଲିଆର ନାମୁନ ମୋନଖରଙ୍କୁ ଏକତରଫା ଫାଇଟରେ ୪-୧ରେ ହରାଇଥିଲେ । ସେ ଇଟାଲୀର ଇରମା ଟେଷ୍ଟାଙ୍କୁ ପଦକ ମୁକାବିଲା ମ୍ୟାଚରେ ଭେଟିବେ । ସେହିପରି ୬୩ କିଗ୍ରା କାଟାଗୋରୀରେ ପରବୀନ ହୁଡ୍ଡା ତାଜିକସ୍ତାନର ଶୋଇରା ଜୁଲକନାରୋଭାଙ୍କୁ ସମ୍ପୂର୍ଣ୍ଣ ଭାବେ ଧରାଶାୟୀ କରାଇଥିଲେ । ସେ ୫-୦ରେ ଏହି ମ୍ୟାଚ ଜିତିଥିଲେ ।

Leave A Reply

Your email address will not be published.