Latest Odisha News

BREAKING NEWS

ଏଥର ଅଭିନୟରେ ପାଦ ଥାପିବେ ଶିଖର

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧାୱନ ଖୁବ୍ ଶୀଘ୍ର ଅଭିନୟ ଦୁନିଆରେ ପାଦ ଥାପିବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ଗବର ଭାବେ ପରିଚିତ ଶିଖର ଏକ ବଡ ଫିଲ୍ମ ଯୋଡି ହୋଇ ସାରିଛନ୍ତି । ସେ ଏହାର ଶୁଟିଂ ମଧ୍ୟ ଶେଷ କରି ଦେଇଛନ୍ତି । ତେବେ ଫିଲ୍ମର ନାମ ଏବଂ କେବେ ରିଲିଜ ହେବ ସେ ନେଇ କୌଣସି ଅଫିସିଆଲ ମନ୍ତବ୍ୟ ଜାରୀ କରାଯାଇ ନାହିଁ । ଏହି ଫିଲ୍ମରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ରୋଲ କରୁଛନ୍ତି ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି । ଶିଖରଙ୍କ ଜଣେ ନିକଟତମ ବନ୍ଧୁଙ୍କ ଅନୁସାରେ ଜଣେ ନାମୀ ପ୍ରଡ୍ୟୁସର ତାଙ୍କ ଫିଲ୍ମର ଏକ ରୋଲ ପାଇଁ ଗବରଙ୍କ ପାଖକୁ ଆସିଥିଲେ । କାହାଣୀ ଶୁଣିବା ପରେ ସେ ରାଜି ହୋଇଥିଲେ । ଏହି ରୋଲ ତାଙ୍କ ପାଇଁ ସମ୍ପୂର୍ଣ୍ଣ ଭାବେ ଫିଟ ଥିଲା ବୋଲି ଉକ୍ତ ପ୍ରଡ୍ୟୁସରଜଣଙ୍କ କହିଥିଲେ ।

ସୂଚନାଯୋଗ୍ୟ, କିଛି ଦିନ ତଳେ ଅକ୍ଷୟ କୁମାର ଅଭିନୀତ ରାମସେତୁ ସେଟକୁ ଶିଖର ଯାଇଥିଲେ । ସେବେଠାରୁ ସେ ଏହି ଫିଲ୍ମ ସହିତ ଜଡିତ ବୋଲି ଖବର ପ୍ରକାଶ ପାଇଥିଲା । ତେବେ ଏହି ଫିଲ୍ମରେ ଶିଖର ଅଭିନୟ କରୁ ନ ଥିବା ଜଣାପଡିଛି । ଶିଖର ଓ ଅକ୍ଷୟ ଭଲ ବନ୍ଧୁ ହୋଇଥିବାରୁ ସେ ତାଙ୍କୁ ଭେଟିବାକୁ ସେଟକୁ ଯାଇଥିଲେ । ସେହିପରି ରଣବୀର ସିଂଙ୍କ ସହ ମଧ୍ୟ ତାଙ୍କର ଭଲ ସମ୍ପର୍କ ରହିଛି । ରଣବୀରଙ୍କ ସର୍କସ ନେଇ ମଧ୍ୟ ଆଲୋଚନା ଜୋର ଧରିଥିଲେ ମଧ୍ୟ ଏହା ସତ କି ମିଛ ତାହା ଜଣାପଡି ନାହିଁ ।

Leave A Reply

Your email address will not be published.