Latest Odisha News

BREAKING NEWS

କିଏ ନିକିତା ପୋରୱାଲ ? ଯିଏ ଫେମିନା ମିସ୍ ଇଣ୍ଡିଆ ୨୦୨୪ର ପିନ୍ଧିଲେ ମୁକୁଟ

ନୂଆଦିଲ୍ଲୀ: ଫେମିନା ମିସ ଇଣ୍ଡିଆ ୨୦୨୪ର ଗ୍ରାଣ୍ଡ ଫାଇନାଲ ଅକ୍ଟୋବର ୧୬ରେ ଆୟୋଜିତ ହୋଇଯାଇଛି। ଭାରତର ଏହି ମୋଷ୍ଟ ଆଇକନିକ ବିୟୁଟି ପେଜେଣ୍ଟର ୬୦ ତମ ବାର୍ଷିକୀରେ, ମଧ୍ୟପ୍ରଦେଶର ନିକିତା ପୋରୱାଲ ବିଜୟୀ ହୋଇଛନ୍ତି। ସେ ଫେମିନା ମିସ୍ ଇଣ୍ଡିଆ ୨୦୨୪ର ପିନ୍ଧିଲେ ମୁକୁଟ। ତାଙ୍କୁ ଫେମିନା ମିସ୍ ଇଣ୍ଡିଆ ଆଖ୍ୟା ମିଳିଛି। ଏହି କାର୍ଯ୍ୟକ୍ରମ ମୁମ୍ବାଇର ୱର୍ଲିରେ ଆୟୋଜିତ ହୋଇଥିଲା।

ଗତ ବର୍ଷର ବିଜେତା ନନ୍ଦିନୀ ଗୁପ୍ତା ତାଙ୍କୁ ମୁକୁଟ ପିନ୍ଧିଥିବାବେଳେ ନେହା ଧୁପିଆ ତାଙ୍କୁ ମିସ୍ ଇଣ୍ଡିଆ ସ୍ୟାସ୍ ପ୍ରଦାନ କରିଥିଲେ। କେନ୍ଦ୍ର ଶାସିତ ଅଞ୍ଚଳକୁ ପ୍ରତିନିଧିତ୍ୱ କରୁଥିବା ରେଖା ପାଣ୍ଡେ ଏହି ଇଭେଣ୍ଟରେ ଦ୍ୱିତୀୟ ରନର୍‌ ଅପ ହୋଇଥିଲେ। ଯେତେବେଳେ କି, ଫେମିନା ମିସ୍ ଇଣ୍ଡିଆ ୨୦୨୨ ଦ୍ୱିତୀୟ ରନର୍-ଅପ୍ ଥିଲେ ଗୁଜରାଟର ଆୟୁଷୀ ଢୋଲାକିଆ।

ବୁଧବାର ରାତିରେ ମୁମ୍ବାଇରେ ଗ୍ରାଣ୍ଡ ଫାଇନାଲ୍ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ମିସ୍ ଇଣ୍ଡିଆ ସଂଗୀତ ବେଜଲାନି ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ତାଙ୍କ ଗ୍ଲାମରସ୍ ଅବତାର ସହିତ ଦର୍ଶକଙ୍କ ହୃଦୟ ଜିତିଥିଲେ। ଏହି ଅବସରରେ ବଲିଉଡ ଅଭିନେତ୍ରୀ ନେହା ଧୁପିଆ, ନୃତ୍ୟଶିଳ୍ପୀ ରାଘବ ଜୁୟାଲ ଏବଂ ଅନ୍ୟାନ୍ୟ ସେଲିବ୍ରିଟି ଉପସ୍ଥିତ ଥିଲେ। ଅନୁଷ୍କା ଦାଣ୍ଡେକର ଏହି ପ୍ରତିଯୋଗିତା ପାଇଁ ଜୁରି ପ୍ୟାନେଲରେ କାର୍ଯ୍ୟ କରିଥିଲେ।

ନିକିତା ଜଣେ ଅଭିନେତ୍ରୀ, ଯିଏ ୧୮ବର୍ଷ ବୟସରୁ ଅଭିନୟ କରିଆସୁଛନ୍ତି। ନିକିତା ଟେଲିଭିଜନ ଆଙ୍କର୍‌ ଭାବରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ। ତେବେ ସେ ଆଗକୁ ‘ଚାମ୍ବଲ ପ୍ୟାର୍‌’ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି।

Leave A Reply

Your email address will not be published.