Latest Odisha News

କମଲା ବନାମ ନିକ୍କି: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ ଟକ୍କର

ଓ୍ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଫୋକସରେ ରହିବେ ଭାରତୀୟ । ସେଠାରେ ରହୁଥିବା ଭାରତୀୟଙ୍କୁ ନିଜ ସପକ୍ଷରେ ଟାଣିବା ପାଇଁ କସରତ ଆରମ୍ଭ ହୋଇଛି । ଭାରତୀୟ ବଂଶୋଦ୍ଭବ କମଲା ହାରିସଙ୍କୁ ଟ୍ରମ୍ପ କାର୍ଡ କରିଛି ଡେମୋକ୍ରାଟିକ୍ ପାର୍ଟି। ତାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଛନ୍ତି ଜୋ ବିଡେନ୍ ।

କମଲାଙ୍କୁ କାଉଣ୍ଟର କରିବା ପାଇଁ ଏବେ ସ୍ୱତନ୍ତ୍ର ରଣନୀତି କରିଛି ରିପବ୍ଲିକାନ୍ ପାର୍ଟି । କମଲା ହାରିସଙ୍କ ବିରୋଧରେ ଷ୍ଟାର ପ୍ରଚାରକ ଭାବରେ ନିର୍ବାଚନ ରଣାଙ୍ଗନାକୁ ଓହ୍ଲାଇଛନ୍ତି ଭାରତୀୟ ବଂଶୋଦ୍ଭବ ନିକ୍କି ହେଲୀ । ଦ୍ୱିତୀୟ ଥର ଡୋନାଲ୍ଡ ଚ୍ରମ୍ପଙ୍କୁ ଆମେରିକା ରାଷ୍ଟ୍ରପତି ଭାବରେ ନିର୍ବାଚିତ କରିବା ପାଇଁ କ୍ୟାମ୍ପେନ୍ ଆରମ୍ଭ କରିଛନ୍ତି ନିକ୍କି ।

ରାଷ୍ଟ୍ରପତି ନିର୍ବାଚନରେ କମଲା ହାରିସଙ୍କ ବିରୋଧରେ ପ୍ରଚାର କରିବେ ନିକ୍କି ହେଲୀ । ଭାରତୀୟଙ୍କ ଭୋଟ୍ ଟ୍ରମ୍ପଙ୍କ ସପକ୍ଷରେ ଆଣିବା ପାଇଁ ନିକ୍କି ହେଲୀଙ୍କୁ ଷ୍ଟାର କ୍ୟାମ୍ପେନର ଭାବରେ ମୈଦାନକୁ ଓହ୍ଲାଇଛି ରିପବ୍ଲିକାନ୍ ପାର୍ଟି । ଗତ ନିର୍ବାଚନରେ ଭାରତୀୟଙ୍କ ଭୋଟ୍ ଟ୍ରମ୍ପଙ୍କୁ ବିଜୟୀ କରାଇବାରେ ସହାୟକ ହୋଇଥିଲା ।

ବିଶେଷଜ୍ଞଙ୍କ ମତରେ ୪୮ ବର୍ଷୀୟ ନିକ୍କି ହେଲୀ ୨୦୨୪ରେ ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି । ଦକ୍ଷିଣ କ୍ୟାରୋଲିନାର ଦୁଇ ଦୁଇ ଥର ଗଭର୍ଣ୍ଣର ଥିଲେ ନିକ୍କି ହେଲୀ । ଏହାସହ ସେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ଦାୟିତ୍ୱ ତୁଲାଇଛନ୍ତି ।

Leave A Reply

Your email address will not be published.