Latest Odisha News

ସୁଶାନ୍ତ ସିଂଙ୍କ ଲାପଟପ୍‌ରୁ କିଏ ଡିଲିଟ କଲା ଡାଟା?

ମୁମ୍ବାଇ: ଆତ୍ମହତ୍ୟା ନା ହତ୍ୟା । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଦିନକୁ ଦିନ ବଢ଼ୁଛି ସନ୍ଦେହ । ତେବେ ଏହାରି ଭିତରେ ଆଜି ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ସୁଶାନ୍ତଙ୍କ ମୋବାଇଲ ଓ ଲାପଟପରୁ ତଥ୍ୟ ଡିଲିଟ ହୋଇଛି । କେବଳ ସେତିକି ନୁହେଁ ତାଙ୍କର ଜବତ ହୋଇଥିବା ସମସ୍ତ ଜିନିଷକୁ ମଧ୍ୟ ଏପଟ ସେପଟ କରାଯାଇଛି । ତେବେ ଏସବୁ କିଏ କଲା ତାକୁ ନେଇ ସନ୍ଦେହ ବଢ଼ୁଛି ।

ସିବିଆଇର ଫରେନସିକ୍ ଟିମ୍ କହିଛି ଯେ ତାଙ୍କ ମୃତ୍ୟୁ ପରେ ମୋବାଇଲର କେତେକ ଡାଟା ସହ ଅପବ୍ୟବହାର ହୋଇଛି। ଲାପଟପରୁ ମଧ୍ୟ କେତେକ ଡାଟା ଡିଲିଟ୍ କରାଯାଇଛି। ଫରେନସିକ୍ ରିପୋର୍ଟ ମୁତାବକ ସୁଶାନ୍ତଙ୍କ ଲାପଟପକୁ ଜୁନ୍ ୧୪ତାରିଖ ପରେ ପାଖାପାଖି ୪ରୁ ୫ଥର ଖୋଲା ଯାଇଛି ଏବଂ ତାଙ୍କ ୨ଟି ଡ୍ରାଇଭ ମଧ୍ୟରୁ କିଛି ଡାଟା ଡିଲିଟ୍ କରାଯାଇଛି। କେବଳ ଏତିକି ନୁହେଁ,ସୁଶାନ୍ତଙ୍କ ମିଳିଥିବା ୩ଟି ଫୋନରୁ ୨ଟି ଫୋନକୁ ଅତି କମରେ ୫ରୁ ୭ଥର ଖୋଲା ଯାଇଛି। ତାହା ଅନେକ ସମୟ ଯାଏଁ ବ୍ୟବହାର କରାଯାଇଛି।

ସେହିପରି ଏମ୍ସ୍ ସିଏଫଏସଏଲ ରିପୋର୍ଟ ପରେ କହିଛି ଯେ ଏହି ମାମଲାରେ ହତ୍ୟା ଆଙ୍ଗଲରେ ଯାଞ୍ଚ କରାଯାଉ,କାରଣ ଜୁନ୍ ୧୪ତାରିଖରେ ହୋଇଥିବା ଘଟଣା ପରେ ଅଧିକାଂଶ ଜିନିଷ ଏପଟ ସେପଟ କରାଯାଇଛି ଏବଂ ମିଳିଥିବା ଜିନିଷରେ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ଫିଙ୍ଗର ପ୍ରିଣ୍ଟର ଚିହ୍ନ ରହିଛି।

Leave A Reply

Your email address will not be published.