Latest Odisha News

BREAKING NEWS

ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ନିଳାଦ୍ରୀବିଜେ

ପୁରୀ: ୧୨ ଦିନର ଲୀଳାଖେଳା ପରେ ଆଜି ନିଳାଦ୍ରୀବିଜେ କରିବେ ଚତୁର୍ଦ୍ଧା ବିଗ୍ରହ । ରଥରୁ ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ କରିବେ ଶ୍ରୀଜିଉମାନେ । ଅପରାହ୍ନ ୪ଟାରେ ପହଣ୍ଡି ଆରମ୍ଭ ହୋଇ ରାତି ୧୦ଟା ଭିତରେ ଶେଷ କରିବାକୁ ସମୟ ନିର୍ଘଣ୍ଟ ହୋଇଛି ।

ଗତକାଲି ଅଧରପଣା ନୀତି ଶେଷ ହେବା ପରେ ଆଜି ଭୋରରୁ ନୀତିକାନ୍ତି ସବୁ ଆରମ୍ଭ ହୋଇଛି । ଭୋର ୪ଟାରୁ ତିନି ରଥରେ ମଙ୍ଗଳ ଆଳତି ପରେ ସକାଳ ସାଢେ ୫ଟାରେ ବେଶ ଶେଷ ହୋଇଛି । ସାଢେ ୧୦ଟାରୁ ସାଢେ ୧୧ଟା ମଧ୍ୟରେ ମଧ୍ୟାହ୍ନ ଧୂପ ପରେ ଅପରାହ୍ନ ୧୨ଟାରୁ ସାଢେ ଗୋଟାଏ ସୁଦ୍ଧା ସନ୍ଧ୍ୟା ଧୂପ ନୀତି ଅନୁଷ୍ଠାତ ହେବ । ଅପରାହ୍ନ ସାଢେ ଗୋଟାଏରୁ ତିନିଟା ଭିତରେ ତିନି ରଥର ଚାରବନ୍ଧା କାମ ସରିବା ପରେ ସାଢେ ତିନିଟାରେ ସିଂହାସନ ମାଜଣା ହେବ । ଅପରାହ୍ନ ୩ଟା ୫୦ରେ ପୁଷ୍ପାଞ୍ଜଳି ପରେ ୪ଟାରୁ ପହଣ୍ଡି ଆରମ୍ଭ ହେବ ।

ଆଜି ନିଳାଦ୍ରୀ ବିଜେ ପାଇଁ ପ୍ରଶାସନ ପକ୍ଷରନ୍ସ୍‌ତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.