Latest Odisha News

BREAKING NEWS

ନୀଳଗିରିରୁ ଫେରିଲେ ଝାଡ଼ଖଣ୍ଡ ହାତୀପଲ;ଏବେ ବି ଲୋକଙ୍କ ମନରୁ ଯାଇନି ଭୟ 

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଂଚଳକୁ ଆସିଥିବା ୪୨ ଟି ହାତୀପଲ ଫେରି ଯାଇଛନ୍ତି । ହାତୀ ପଲ ଗୋପାଳପୁର ସଂରକ୍ଷିତ ଜଙ୍ଗଲରୁ ବାହାରି ବ୍ୟାପକ ଫସଲହାନି କରିବା ପରେ ପାଖ ଇଟାଭାଟି କୁ ପଶି ଉପଦ୍ରବ ଚଳାଇଥିଲେ।

ସେହି ଅଂଚଳର ରବି ସିଂ ଓ ଭଟି ସିଂ ନାମକ ଦୁଇ ଜଣ ବ୍ୟକ୍ତିଙ୍କ ଘର ଭାଙ୍ଗିଥିବା ବେଳେ ଅସବାପତ୍ର,ବାସନକୁସନ,ଧାନ, ଚାଉଳ ନଷ୍ଟ କରିଥିବା ଦେଖାଯାଇଛି।ହାତୀପଲ ଙ୍କୁ ଶତାଧିକ ଗ୍ରାମବାସୀ ଓ ବନବିଭାଗ ଘଉଡ଼ାଇବାରୁ ସେମାନେ କାଠପାଳ ନିକଟ ସୋନନଦୀ ପାର ହୋଇ ପୁନଦାଳ ଅତିକ୍ରମ କରି ଦୁର୍ଗାଦେବୀରେ ପହଞ୍ଚିଥିଲେ।

ଏହାପରେ ବୁଢ଼ାବଳଙ୍ଗ ନଦୀପାର ହୋଇ ବେତନଟୀ ରେଞ୍ଜ ନିକଟ ଏକ ଜଙ୍ଗଲରେ ଅଛନ୍ତି। ଆଊ ଏକ ୬୦ ଟିକିଆ ହାତୀପଲ ଓଡିଶା ସୀମାନ୍ତରେ ଘୁରିବୁଲି ନୀଳଗିରି ଆସିପାରନ୍ତି।ସେମାନେ ଯେକୌଣସି ମୁହୂର୍ତ୍ତରେ ନୀଳଗିରି ଆଡ଼କୁ ଆସିବାର ସମ୍ଭାବନା ଅଛି।

Leave A Reply

Your email address will not be published.