Latest Odisha News

BREAKING NEWS

ଅଲମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ପାଲଟିଛନ୍ତି ଡେଲିଭରି ବଏ

ଭୁବନେଶ୍ୱର: କରୋନା ମହାମାରୀର ଚଡକ ସମସ୍ତଙ୍କୁ ଘାଇଲା କରିଥିଲା । କେଉଁଠି ଶିକ୍ଷକ ପାଲଟିଛନ୍ତି ଦିନ ମଜୁରିଆ, ତ ପୁଣି କେଉଁଠି ଦିନ ମଜୁରିଆ ବିନା କାମରେ ଭାଗ୍ୟକୁ ଆଦରି ବସିଛି । ଏହି ଧାରାରେ ଜଣେ ଅଲମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ମଧ୍ୟ ସାମିଲ ହୋଇ ପାଲଟିଛନ୍ତି ଡେଲିଭରି ବଏ ।

ଭେନେଜୁଏଲାର ୩୫ ବର୍ଷୀୟ ରୁବେନ୍ ଲିମାର୍ଦୋ । ଦିନେ ଫେନ୍ସିଂ ବା ଖଡ୍ଗ ଚାଳନାରେ ଲଣ୍ଡନ ଅଲମ୍ପିକରେ ସ୍ୱର୍ନ ପଦକ ହାସଲ କରିଥିଲେ । ହେଲେ ଏବେ ଜୀବିକା ନିର୍ବାହ କରିବା ପାଇଁ ସାଇକଲରେ ଘରେଘରେ ଖାଦ୍ୟ ପହଂଚାଉଛନ୍ତି । ହାତରେ ଅନ୍ୟ କୌଣସି କାମ ନଥିବାରୁ ସେ ଡେଲିଭରି ବଏ ପାଲଟିଛନ୍ତି । ତେବେ ଏଥିପାଇଁ ତାଙ୍କ ମନରେ କୌଣସି ପଶ୍ଚାତାପ କିମ୍ବା ଲଜ୍ଜା ନାହିଁ ।

ଲିମାର୍ଦୋଙ୍କ ଅନୁଯାୟୀ ଫେନ୍ସିଂରେ ତାଲିମ୍ ସହ ସେ ଡେଲିଭରି ବଏ ଭାବେ ନିଜ କାମ ଆରମ୍ଭ କରିଥାନ୍ତି । କରୋନା ପାଇଁ ଭେନେଜୁଏଲାର ଆର୍ଥିକ ସ୍ଥିତି ବେଶ ଗମ୍ଭୀର ଥିବାବେଳେ ଡେଲିଭରି ବଏ ଭାବେ ଏତେଟା ଭଲ ଆୟ ମଧ୍ୟ ହେଉନାହିଁ । ତଥାପି ସେ ନିଜ ଜୀବନ ଶୈଳୀ ପାଇଁ କାହାକୁ ବି ଦୋଷ ଦେଇନାହାଁନ୍ତି ।

ଦିନକୁ ମାତ୍ର ୧୦୦ ୟୁରୋ ଆୟ କରୁଥିବା ଲିମାର୍ଦୋଙ୍କର ଦୁଇଟି ପୁତ୍ର ସନ୍ତାନ ମଧ୍ୟ ଅଛନ୍ତି । ଏତେ କମ୍ ଅର୍ଥରେ ଘର ଚଳାଇବା ସହ ତାଲିମ ଖର୍ଚ୍ଚ ତୁଲାଇବା ସମ୍ଭବ ନୁହେଁ । ତଥାପି ସେ ଭାଙ୍ଗି ପଡିନାହାନ୍ତି । ୨୦୨୧ ଟୋକିଓ ଅଲମ୍ପିକ୍ସ ପାଇଁ ସେ ଦିନରାତି ପରିଶ୍ରମ କରୁଛନ୍ତି । ଅଲମ୍ପିକ୍ସ ହିଁ ତାଙ୍କ ଭାଗ୍ୟ ବଦଳାଇବ, ଏହି ଆଶାରେ ସେ ଜୀବନରେ ସନ୍ତୁଳନ ରକ୍ଷା କରିବାକୁ ଅହରହ ଉଦ୍ୟମ ଚଳାଇଛନ୍ତି ।

Leave A Reply

Your email address will not be published.