ଭୁବନେଶ୍ୱର: ଓଡ଼ିଶାର ପ୍ରଥମ କର୍ପୋରେଟ୍ ହସ୍ପିଟାଲ ଭାବେ ସେବା ଆରମ୍ଭ କରିଥିଲା କଳିଙ୍ଗ ହସ୍ପିଟାଲ୍ ଲିମିଟେଡ୍ । ଗତ ୨୬ ବର୍ଷ ମଧ୍ୟରେ କଳିଙ୍ଗ ହସ୍ପିଟାଲ ସୁଲଭ ମୂଲ୍ୟରେ ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା ପାଇଁ ଓଡ଼ିଶା ଓ ପଡ଼ୋଶୀ ରାଜ୍ୟରେ ପରିଚିତ ।
୨୦୨୨ ମେ ମାସରେ କଳିଙ୍ଗ ହସ୍ପିଟାଲ ପରିଚାଳନାକୁ ସର୍ବଭାରତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ବୈଜ୍ଞାନିକ ଡକ୍ଟର ସୀତକଣ୍ଠ ଦାଶ ଗ୍ରହଣ କରିଥିଲେ । ଏବେ କଳିଙ୍ଗ ହସ୍ପିଟାଲ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଭାବେ ନିଲଞ୍ଜନା ମୁଖାର୍ଜୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ନିଲଞ୍ଜନା ଭୁବନେଶ୍ୱର ଆମ୍ରି ହସ୍ପିଟାଲର ଉପାଧ୍ୟକ୍ଷ ତଥା ୟୁନିଟ୍ ମୁଖ୍ୟ ଥିଲେ ।
କଳିଙ୍ଗ ହସ୍ପିଟାଲର ଏମଡି ଭାବେ ନିଲଞ୍ଜନା ଦାୟିତ୍ୱ ଗ୍ରହଣ କରିଥିବା ବେଳେ ସମସ୍ତେ ସ୍ୱାଗତ କରିଛନ୍ତି । କଳିଙ୍ଗ ହସ୍ପିଟାଲର ଚେୟାରମ୍ୟାନ ଡାକ୍ତର ଏସ୍ କେ ଦାଶଙ୍କ ସହ ହସ୍ପିଟାଲର ବରିଷ୍ଠ ପରାମର୍ଶଦାତା ଓ ଅନ୍ୟ ଡାକ୍ତର, କର୍ମଚାରୀ ନିଲଞ୍ଜନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Comments are closed.