Latest Odisha News

କୁସୁମା ପରିସରରେ ଥିବା ୯ଟି କଟେଜ୍‌ କ୍ରୀଡ଼ା ବିଭାଗର, ସ୍ପଷ୍ଟୀକରଣ ରଖିଲା କ୍ରୀଡା ବିଭାଗ

ଯାଜପୁର: ଯାଜପୁର କୁସୁମାରେ କଟେଜ୍‌ କେଳେଙ୍କାରୀ ଅଭିଯୋଗ ଘଟଣା । ପ୍ରେସମିଟ୍‌ କରି ପୌରପାଳିକା ଉପାଧ୍ୟକ୍ଷ ସନ୍ତୋଷ ମଲିକ ଏନେଇ ସ୍ପଷ୍ଟିକରଣ ଦେଇଥିଲେ ଯେ ଏହା କ୍ରୀଡା ବିଭାଗର ବ୍ୟୟ ବରାଦରେ ନିର୍ମାଣ କରାଯାଇଛି । କୁସୁମା ପରିସରରେ ଥିବା ୯ଟି କଟେଜ୍‌ କ୍ରୀଡ଼ା ବିଭାଗର । ସିଏସଆରରେ ୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ବୋଲି କହିଛନ୍ତି ପୌରପାଳିକା ଉପାଧ୍ୟକ୍ଷ ସନ୍ତୋଷ ମଲିକ।

ହେଲେ ଏହି କଟେଜରେ କ୍ରୀଡା ବିଭାଗର କୌଣସି ହସ୍ତକ୍ଷେପ ନାହିଁ ବୋଲି ସିଧା ସିଧା ମନାକରିଦେଇଛି ବିଭାଗ । ଏଥିସହିତ ବିଭାଗ ଏଥିରେ କିଛି ବି ଅର୍ଥରାଶି ନିୟୋଜିତ କରିନାହିଁ ବୋଲି ସ୍ପଷ୍ଟୀକରଣ ଦେଇଛି । ଏନେଇ ତାଙ୍କ ପାଖରେ କୌଣସି ବି ତଥ୍ୟ ନାହିଁ ବୋଲି କହିଛି ବିଭାଗ ।

ତେବେ ଗତ କିଛି ଦିନ ଧରି କୁସୁମା ପରିସରରେ ଥିବା କଟେଜକୁ ନେଇ ନାନା ବିଭ୍ରାନ୍ତିକର ଓ ଅରୁଚିକର ଖବର ପରିବେଷଣ କରି ଯାଜପୁରଜିଲା ବାସୀ ଙ୍କ ଭାବାବେଗ କୁ ଆଘାତ ଦେଇଥିବାରୁ ଏହାକୁ ଦୃଢ଼ ନିନ୍ଦା କରିବା ସହିତ ଏନେଇ ସ୍ପଷ୍ଟୀକରଣ ଦେଇଥିଲେ ଯାଜପୁର ପୌରପାଳିକା। ସେ କହିଛନ୍ତି ଯେ, କୁସୁମା ହେଉଛି ଯାଜପୁର ର ଅସ୍ମିତା। ଆଉ ସେହି ଅସ୍ମିତାକୁ ଉପରେ କୁଠାରଘାତ କରୁଛନ୍ତି କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ। କୁସୁମା ପରିସରରେ ଥିବା କଟେଜ ସମ୍ପୂର୍ଣ୍ଣ କ୍ରୀଡା ବିଭାଗ ଅଧୀନରେ ରହିଛି। କେତେକ ଘରୋଇ କମ୍ପାନୀର ସିଏସଆର ଫଣ୍ଡରୁ ଏହା ନିର୍ମାଣ ହୋଇଛି ବୋଲି କୁହାଯାଇଛି। ପୂର୍ବରୁ ଏ ସମ୍ପର୍କରେ ଜିଲ୍ଲାପାଳ ସ୍ପଷ୍ଟୀକରଣ ଦେଇଥିଲେ ମଧ୍ୟ କେତେକ ଗଣମାଧ୍ୟମ ଯାଜପୁରକୁ ନିନ୍ଦିତ କରିବା ପାଇଁ ଲାଗି ପଡିଛନ୍ତି। ଯଦି ଆଗାମୀ ଦିନରେ ସେହି ଗଣମାଧ୍ୟମ ମାନେ ଏଭଳି ଉଦ୍ୟମରୁ କ୍ଷାନ୍ତ ନ ହୁଅନ୍ତି ଏହାର ଜବାବ ଆଗାମୀ ଦିନରେ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ପୌରପାଳିକା ଉପାଧ୍ୟକ୍ଷ ।

ସୂଚନାଯୋଗ୍ୟ ଯେ, ଧର୍ମଶାଳାର ବଲ୍ଲେ ବଲ୍ଲେ ଢାବା ପରେ ଯାଜପୁର କୁସୁମା ବଙ୍ଗଳାକୁ ନେଇ ବିବାଦ ଉଠିଛି । ଯାଜପୁର ପୌରପାଳିକା ଅଧୀନରେ ଥିବା କୁସୁମା ପାର୍କ ଭିତରେ ତିଆରି ହୋଇଛି ଏକ ବିଳାସପୂର୍ଣ୍ଣ ବଙ୍ଗଳା। ଯାହାକୁ ନେଇ ସ୍ଥାନୀୟ ଲୋକେ ସାଂଘାତିକ ଅଭିଯୋଗ କରିଥିଲେ । ଏପରିକି ଏଠାରେ ଦାମି ଦାମି ଗାଡିରେ କିଛି ଲୋକ ଆସୁଥିବା ମଧ୍ୟ ଅଭିଯୋଗ ହୋଇଥିଲେ । ଅଭିଯୋଗର ସତ୍ୟତା କେତେ ଜଣାପଡିନଥିଲେ ବି ତଦନ୍ତ ପାଇଁ ଦାବି ଜୋର ଧରିଥିଲେ । ପରେ କୁସୁମାର ଆଲିସାନ ବଙ୍ଗଳାକୁ ନେଇ ଯାଜପୁର ପୌରପାଳିକାକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । କିଏ, କାହିଁକି ଓ କେଉଁ ସଂସ୍ଥା ଏହାକୁ ନିର୍ମାଣ କରିଛି ତାହା ଯଥା ଶୀଘ୍ର ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଯାହା ପରେ ନିଜର ସ୍ପଷ୍ଟୀକରଣ ଦେିଥିଲା କ୍ରୀଡା ବିଭାଗ ।

Leave A Reply

Your email address will not be published.