Latest Odisha News

BREAKING NEWS

କ୍ରୁଜ୍ ଡ୍ରଗ୍ସ ଲିଙ୍କ୍: ଜଣେ ବିଦେଶୀଙ୍କୁ ହେପାଜତରେ ନେଲା ଏନସିବି

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟିରେ ସାମନାକୁ ଆସିଲା ବିଦେଶୀ ଲିଙ୍କ୍ । ଗତକାଲି ଜଣେ ବିଦେଶୀ ନାଗରିକ ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ତାଙ୍କୁ ହେପାଜତରେ ନେଇ ପଚରାଉଚରା କରୁଛି ଏନସିବି । ବାନ୍ଦ୍ରାରୁ ତାଙ୍କୁ ଗିରଫ କରାଯାଇଛି । ଗିରଫ ବିଦେଶୀ ନାଗରିକଙ୍କ ପାଖରୁ ଜବତ ହୋଇଛି ଏମଡିଏମଏ ଡ୍ରଗ୍ସ ମିଳିଛି । ସେ ବ୍ୟବସାୟିକ ଉଦ୍ଦେଶ୍ୟରେ ଡ୍ରଗ୍ସ ରଖିଥିବା ଜଣା ପଡିଛି ।

ସେପଟେ କ୍ରୁଜ୍ ଡ୍ରଗ୍ସ କେସରେ ଗିରଫ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଆଜି ରିମାଣ୍ଡ ଅବଧି ଶେଷ ହେଉଛି । ଆଜି ତାଙ୍କୁ କୋର୍ଟରେ ହାଜର କରିବ ଏନସିବି । ଅନ୍ୟ ଦୁଇ ଅଭିଯୁକ୍ତଙ୍କର ବି ରିମାଣ୍ଡ ଅବଧି ଶେଷ ହେଉଛି । ଅଧିକ ତଥ୍ୟ ସଂଗ୍ରହ ପାଇଁ ଏନସିବି ପୁଣି ରିମାଣ୍ଡ ଆବେଦନ କରିବ କି ନାହିଁ ଜଣା ପଡିନି । ଏଯାଏ ୧୭ ଜଣଙ୍କୁ ଗିରଫ କରିଛି ଏନସିବି ।

Leave A Reply

Your email address will not be published.