Latest Odisha News

BREAKING NEWS

ନୁଡୁଲ୍‌ସ ଖାଇ ଗୋଟିଏ ପରିବାରର ୯ ମୃତ

ନୂଆଦିଲ୍ଲୀ: ଚୀନ୍‌ରେ ବିଷାକ୍ତ ନୁଡୁଲ୍‌ସ ଖାଇ ଗୋଟିଏ ପରିବାରର ୯ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ ପ୍ରାୟ ଏକ ବର୍ଷ ଧରି ଫ୍ରିଜ୍‌ରେ ରଖାଯାଇଥିଲା ନୁଡୁଲ୍‌ସ ଖାଇବା ପରେ ପରିବାରର ୯ଜଣ ସଦସ୍ୟ ଅସୁସ୍ଥ ହୋଇପଡିଥିଲେ।
ଦୀର୍ଘ ଦିନ ଧରି ଫ୍ରିଜରେ ରଖାଯାଇଥିବା ନୁଡୁଲ୍‌ସରୁ ପରିବାର ଲୋକେ ନୁଡୁଲ୍ ସୁପ୍ ପ୍ରସ୍ତୁତ କରିଥିଲେ। ଏହାକୁ ଖାଇବାର କିଛି ଘଣ୍ଟା ପରେ ଅସୁସ୍ଥ ହୋଇପଡିଥିଲେ।
ରିପୋର୍ଟ ଅନୁଯାୟୀ, ଏହି ଘଟଣା  ୫ ଅକ୍ଟୋବରରେ ଘଟିଥିଲା ।୧୦ ଅକ୍ଟୋବରରେ ୭ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ଦୁଇ ଦିନ ପରେ ଅଷ୍ଟମ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ସୋମବାର ଶେଷ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ତେବେ ଉକ୍ତ ପରିବାର ଉତ୍ତର ପୂର୍ବ ଚୀନ୍‌ର ହେଲୋଙ୍ଗଜିଆଙ୍ଗରେ ରହୁଥିଲେ। ଏହି ଘଟଣା ପରେ ଚୀନ୍ ସ୍ୱାସ୍ଥ୍ୟ ଆୟୋଗ ଏକ ଜାତୀୟ ଚେତାବନୀ ଜାରି କରିଛି ଏବଂ ଲୋକମାନେ ଖରାପ ଅଟାରୁ ପ୍ରସ୍ତୁତ ଖାଦ୍ୟ ନ ଖାଇବାକୁ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.