Latest Odisha News

BREAKING NEWS

ପୁଣି ରେଳ ଟ୍ରାକରୁ ମିଳିଲା ୯ଟି ଲୁହା ରଡ୍

ନୂଆଦିଲ୍ଲୀ: ସାରା ଦେଶରେ ଟ୍ରେନକୁ ଦୁର୍ଘଟଣା ଗସ୍ତ କରିବା ପାଇଁ ଷଡଯନ୍ତ୍ର ଚାଲିଛି। କେତେକ ସ୍ଥାନରେ ରେଳ ଟ୍ରାକରେ ବଡ ପଥର ମିଳୁଥିବା ବେଳେ ଆଉ କେତେକ ସ୍ଥାନରେ ସିଲିଣ୍ଡର ଜବତ କରାଯାଇଛି। ଏହାରି ମଧ୍ୟରେ ବଠିଣ୍ଡା ଟ୍ରାକରେ ଲୁହା ରଡ୍ ପଡ଼ିଥିବାର ଦେଖିବାକୁ ମିଳିଛି।

ଦିଲ୍ଲୀରୁ ବଠିଣ୍ଡା ଯାଉଥିବା ରେଳ ଟ୍ରାକରେ ପ୍ରାୟ ୯ଟି ଲୁହା ରଡ ଉଦ୍ଧାର କରାଯାଇଛି। କେହି ଉଦ୍ଦେଶ୍ୟମୂଳକ ଭାବରେ ଏହି ସବୁ କରିଛନ୍ତି ନା ଏହା ପଛରେ ଅନ୍ୟ କିଛି କାରଣ ଅଛି? ସେନେଇ ଜାଣିବାକୁ ପୋଲିସ ତଦନ୍ତ ଜାରି ରଖିଛି।

ବଠିଣ୍ଡା ପୋଲିସର ଜଣେ ଅଧିକାରୀଙ୍କ କହିବାନୁସାରେ ସୋମବାର ଭୋର ୩ଟାରେ ଏକ ମାଲବାହୀ ଟ୍ରେନ୍ ଏହି ଟ୍ରାକରେ ଯାଉଥିଲା। କିନ୍ତୁ ଟ୍ରାକରେ ଲୁହା ରଡ ମିଳୁଥିବାରୁ ଏହାକୁ ସିଗନାଲ୍ ମିଳିନଥିଲା।ଏହାପରେ ତୁରନ୍ତ ଛାନଭିନ ଆରମ୍ଭ କରାଯାଇ ଟ୍ରାକ୍‌ରୁ ୯ଟି ଲୁହା ରଡ ଜବତ କରାଯାଇଛି। ଏହାର କିଛି ସମୟ ପରେ ଟ୍ରାକ୍‌ରେ ରେଳ ଚଳାଚଳ ଆରମ୍ଭ ହୋଇଛି।

ତେବେ ଏହି ଘଟଣାରେ ପୋଲିସ ଦୁବୁର୍ତ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

 

Comments are closed.