Latest Odisha News

BREAKING NEWS

ଦୁଇଟି ଟ୍ରକ ମଧ୍ୟରେ ଧକ୍କାରୁ ୯ ଜଣଙ୍କର ମୃତ୍ୟୁ, ୧୭ ଆହତ

ଭଦୋଦରା: ଗୁଜରାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଟ୍ରକ ମଧ୍ୟରେ ଧକ୍କା ହେବାରୁ ୯ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ୧୭ ଜଣ । ଭଦୋଦରାରେ ଓ୍ୱାଘଡିଆ କ୍ରସିଂ ହାଇଓ୍ୱେରେ ଆଜି ସକାଳୁ ସକାଳୁ ଏହି ଦୁର୍ଘଟଣା ଘଟିଛି ।

ଆହତ ୧୭ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସେମାନଙ୍କମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଦୁଇଟି ଟ୍ରକ ମଧ୍ୟରେ ଧକ୍କା ହେବାରୁ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ଏତେ ଭୟାବହ ଥିଲା ଯେ, ଗୋଟିଏ ଟ୍ରକ ଭାଙ୍ଗିରୁଜି ଚୁରମାର ହୋଇ ଯାଇଛି ।

Leave A Reply

Your email address will not be published.