Latest Odisha News

BREAKING NEWS

ଭୁବନେଶ୍ୱର ସମେତ ରାଜ୍ୟର କିଛି ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ଘନ କୁହୁଡି ଦେଖିବାକୁ ମିଳିଛି ।  ସକାଳୁ ସକାଳୁ କୁହୁଡିର ବଳୟ ଦେଖିବାକୁ ମିଳିଥିଲା । କୁହୁଡ଼ିର ପରିମାଣ ଏତେ ଅଧିକ ଥିଲା ଯେ, କିଛି ବାଟ ଯାଏ ରାସ୍ତାଘାଟ ଦିଶୁ ନଥିଲା । ଫଳରେ ରାଜଧାନୀରେ ରାସ୍ତାରେ ଗାଡ଼ି ଚଳାଇବାରେ ଅସୁବିଧା ହୋଇଥିଲା ।
ଭୁବନେଶ୍ୱର ସମେତ କଟକରେ ବି ଦେଖିବାକୁ ମିଳିଥିଲା କୁହୁଡ଼ିର ଆସ୍ତରଣ । ଫଳରେ ଜାତୀୟ ରାତପଥରେ ଗାଡ଼ି ଚାଳନା ବାଧାପ୍ରାପ୍ତ ହୋଇଥିଲା । ସେହିପରି ଅନୁଗୁଳ, ସମ୍ବଲପୁର, ଦେବଗଡ଼ ଜିଲ୍ଲାରେ ବି ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ଘନ କୁହୁଡ଼ି ଆସ୍ତରଣ । ପାଣିପାଗ ବିଭାଗ କହିଛି, ଏପରି କୁହୁଡ଼ି ଆସନ୍ତାକାଲି ବି ଦେଖାଯାଇପାରେ ।

Leave A Reply

Your email address will not be published.