Latest Odisha News

କେନ୍ଦୁଝର ଜେଲରେ କରୋନା, ୯ କଏଦୀ ସଂକ୍ରମିତ

କେନ୍ଦୁଝର: ଜେଲରେ ପଶିଲାଣି କରୋନା । କଏଦୀ ସଂକ୍ରମିତ ହେଉଛନ୍ତି । କେନ୍ଦୁଝର ଜିଲ୍ଲା କାରାଗାରରୁ୯ ଜଣ କଏଦୀ ପଜିଟିଭ୍ ବାହାରିଛନ୍ତି । ସମସ୍ତଙ୍କୁ ଜେଲ୍ ପରିସରରେ ଥିବା ଆଇସୋଲେସନ୍ ଓ୍ୱାର୍ଡରେ ରଖି ଚିକିତ୍ସା କରାଯାଉଛି । ଗତ ମାସ ୨୮ ତାରିଖରେ ଚୋରି ମାମଲାରେ ତିନି ଜଣଙ୍କୁ ଗିରଫ ପରେ କୋର୍ଟ ତାଙ୍କୁ ଜେଲକୁ ପଠାଇ ଦେଇଥିଲେ ।

ସେମାନଙ୍କ ପାଖରେ କରୋନା ଲକ୍ଷଣ ଦେଖାଯିବା ପରେ ନମୁନା ପରୀକ୍ଷା କରାଯାଇଥିଲା । କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିଲା । ସେମାନଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଥିଲେ ସେମାନଙ୍କର ନମୁନା ପରୀକ୍ଷା କରାଯାଇଥିଲା । ପାଖାପାଖି ୩୦ଜଣଙ୍କର କୋଭିଡ୍ ଟେଷ୍ଟ କରାଯାଇତିଲା । ସେଥିରୁ ୬ଟି ରିପୋର୍ଟ ପଜିଟିଭ ଆସିଛି । ଏହାପୂର୍ବରୁ ଉଦଳା ସବଜେଲରେ ୨୧ କଏଦୀ କରୋନା ସଂକ୍ରମିତ ହୋଇଥିଲେ ।

Leave A Reply

Your email address will not be published.