ଯାଜପୁର : ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ନୀଳାଚଳ ଇସ୍ପାତ ନିଗମ କାରଖାନାରେ ଦେଖାଦେଇଛି ଶ୍ରମିକ ଅଶାନ୍ତି । ୩ ମାସର ବକେୟା ଦରମା ଦାବିରେ କାରଖାନା ମୁଖ୍ୟ ପରିଚାଳକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ ଓ କର୍ମଚାରୀ ମାନେ ଆନ୍ଦୋଳନ। କରିଛନ୍ତି। ଦିର୍ଘଦିନ ହେବ କାରଖାନା ବନ୍ଦ ରହିଥିବା ବେଳେ ଗତ ୩ ମାସ ହେବ ଶ୍ରମିକ ଓ କର୍ମଚାରୀ ମାନେ ଦରମା ପାଇନାହାନ୍ତି ।
ବକେୟା ଦରମା ପାଇଁ କାରଖାନା କର୍ତୃପକ୍ଷଙ୍କ ନିକଟରେ ଶ୍ରମିକମାନେ ବାରମ୍ବାର ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ତେଣୁ ବାଧ୍ୟ ହୋଇ ଆଜି ଶ୍ରମିକ ଓ କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ସେପଟେ ଖବର ପାଇ ସ୍ଥାନୀୟ କଳିଙ୍ଗନଗର ପୋଲିସ୍ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଶ୍ରମିକଙ୍କୁ ବୁଝାସୁଝା କରିଥିଲା। ପରେ ପରିସ୍ଥିତି ଅଣାୟତ୍ତ ହେବାରୁ ଆନ୍ଦଳନରତ ଶ୍ରମିକଙ୍କୁ ଗିରଫ କରିଥିଲା ପୋଲିସ।
ତେଣେ ଶ୍ରମିକଙ୍କ ଗିରଫ ପ୍ରତିବାଦରେ କଳିଙ୍ଗନଗର ଥାନା ଘେରାଉ କରିଥିଲେ ଶତାଧିକ ଶ୍ରମିକ। ପରେ ବ୍ୟକ୍ତିଗତ ମୁଲଚାଲରେ ଗିରଫ ଶ୍ରମିକଙ୍କୁ ଛାଡିଛି ପୋଲିସ। ସେପଟେ ଏନେଇ କାରଖାନା କର୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
Comments are closed.