Latest Odisha News

BREAKING NEWS

ମଦ୍ରାସାରେ ଗୀତା, ରାମାୟଣ ପଢ଼ାଇବ NIOS

ନୋଏଡା: ପ୍ରାଚୀନ ଭାରତ ଓ ଏହାର ଐତିହ୍ୟ ବିଷୟରେ ମଦ୍ରାସାରେ ପାଠ ପଢ଼ାଯିବ । ଏନେଇ ଏକ ପାଠ୍ୟକ୍ରମ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ଶିକ୍ଷା ପ୍ରତିଷ୍ଠାନ ଆରମ୍ଭ କରିଛି । ୧୦୦ ଗୋଟି ମଦ୍ରାସାରେ ଏହି ପାଠ୍ୟକ୍ରମ ଜାତୀୟ ଶିକ୍ଷା ନୀତି ଆଧାରରେ କରାଯାଇଛି ।

ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ଶିକ୍ଷା ପ୍ରତିଷ୍ଠାନ ଅନୁସାରେ- ତୃତୀୟ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ବେସିକ୍ କୋର୍ସରେ ୧୦୦ଟି ମଦ୍ରାସାରେ ଏହି ପାଠ୍ୟକ୍ରମ ଆରମ୍ଭ ହେବ । ପରେ ଏହାକୁ ୫୦୦ ମଦ୍ରାସାକୁ ସମ୍ପ୍ରସାରଣ କରାଯିବ ବୋଲି NIOSର ଅଧ୍ୟକ୍ଷ  ସରୋଜ ଶର୍ମା କହିଛନ୍ତି ।

ଭାରତୀୟ ଜନ ପରମ୍ପରା (ଯୋଗ, ବେଦ, ବିଜ୍ଞାନ, ଧନ୍ଦାମୂଳକ କୌଶଳ, ସଂସ୍କୃତ ଭାଷା, ରାମାୟଣ, ଭଗବତ୍ ଗୀତା ଏବଂ ମହେଶ୍ୱର ସୂତ୍ର) ପଢ଼ାଯିବ । ଏହି ପାଠ ତୃତୀୟ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ସହ ସମାନ । ମଙ୍ଗଳବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ଷ୍ଟଡି ମାଟେରିଆଲର ଉନ୍ମୋଚନ କରିଛନ୍ତି । ଏହି ଶିକ୍ଷା ଉପାଦେୟତାକୁ ଦେଶରେ ଥିବା ମଦ୍ରାସା ସହ ବିଶ୍ୱରେ ଥିବା ଭାରତୀୟ ଗୋଷ୍ଠୀ ସହିତ ସମ୍ପ୍ରସାରଣ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.