Latest Odisha News

କଂଗ୍ରେସ ପାଣ୍ଠିକୁ ନିରଞ୍ଜନ ପଟ୍ଟନାୟକ ଦେଲେ ୧ ଲକ୍ଷ ୩୮ ହଜାର, ଏଯାବତ କେତେ ମିଳିଲାଣି ଚାନ୍ଦା?

ଭୁବନେଶ୍ୱର: ବରିଷ୍ଠ ନେତା ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ ଦଳର କ୍ରାଉଡଫଣ୍ଡିଂ ଅଭିଯାନ ପାଇଁ ୧ ଲକ୍ଷ ୩୮ ହଜାର ଟଙ୍କା ପ୍ରଦାନ କରିଛନ୍ତି।

ନିଜ ଟ୍ବିଟର ହ୍ୟାଣ୍ଡେଲରେ ଏକ ପୋଷ୍ଟରେ ନିରଞ୍ଜନ ପଟ୍ଟନାୟକ ଏହି ସୂଚନା ଦେଇ କହିଛନ୍ତି ଯେ ପ୍ରଗତିଶୀଳ ଓଡ଼ିଶା ଓ ଭାରତର ଉନ୍ନତି ପାଇଁ ସେ ଏହି ଅର୍ଥରାଶିର ଯୋଗଦାନ କରିଛନ୍ତି।

ଆଜି ପ୍ରଗତିଶୀଳ ଓଡ଼ିଶା ଓ ଭାରତର ଉନ୍ନତି ପାଇଁ ମୁଁ ୧,୩୮,୦୦୦ ଟଙ୍କା ପ୍ରଦାନ କରିଛି। ନିର୍ବାଚନ ବଣ୍ଡ୍ ଓ ଅନ୍ୟାନ୍ୟ ମାଧ୍ୟମ ମାଧ୍ୟମରେ କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡିର ରାଜନୀତି ବେଶ୍ ପ୍ରଭାବିତ ହେଉଛି। ଆମର ସମ୍ବିଧାନର ମୂଲ୍ୟବୋଧକୁ ରକ୍ଷା କରିବା ଏବଂ ବଜାୟ ରଖିବା ପାଇଁ ୧୩୮ ବର୍ଷର କଂଗ୍ରେସ ଦଳର ଯୋଗଦାନ ଉପରେ ବିଚାର କରିବାକୁ ମୁଁ ସମସ୍ତ ସମର୍ଥକମାନଙ୍କୁ ପ୍ରୋତ୍ସାହିତ କରୁଛି ବୋଲି ସେ କହିଛନ୍ତି।

ତେବେ ଏଥିରେ, ବୁଧବାର ସକାଳ ୯ଟା ପର୍ଯ୍ୟନ୍ତ, ୧ ଲକ୍ଷ ୧୩ ହଜାର ଲୋକ ଦାନ କରିଛନ୍ତି। ଅନଲାଇନ୍ ମୋଡ୍ ମାଧ୍ୟମରେ ୨.୮୧ କୋଟି ଟଙ୍କା ଦାନ ଆସିଛି। ଦାନ କରିଥିବା ଲୋକଙ୍କ ମଧ୍ୟରୁ ୮୦ ପ୍ରତିଶତ ୟୁପିଆଇ ଡିଜିଟାଲ୍ ମୋଡ୍ ବ୍ୟବହାର କରିଛନ୍ତି ଢ

ଏଠାରେ ସୂଚନାଯୋଗ୍ୟ ଯେ ଏହି ପୁରୁଣା ରାଜନୈତିକ ଦଳ ଡିସେମ୍ବର ୧୮ରେ ଲୋକଙ୍କ ଠାରୁ ଆର୍ଥିକ ଅନୁଦାନ ସଂଗ୍ରହ ପାଇଁ ଦେଶବ୍ୟାପୀ କ୍ରାଉଡଫଣ୍ଡିଂ ଅଭିଯାନ ଆରମ୍ଭ କରିଛି। କଂଗ୍ରେସ ନେତାମାନେ କହିଛନ୍ତି ଯେ ଦଳ ପକ୍ଷରୁ ୧୩୮ ବର୍ଷର ସମର୍ପଣ ଓ ଦେଶସେବାକୁ ସ୍ମରଣୀୟ କରିବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି।

Comments are closed.