Latest Odisha News

BREAKING NEWS

ଆଇଏଏସ ସ୍ତରରେ ଅଦଳବଦଳ; ନିରଞ୍ଜନ ହେଲେ ଉତ୍ତରାଞ୍ଚଳ ଆରଡିସି

ଭୁବନେଶ୍ୱର: ଆଇଏଏସ୍ କ୍ୟାଡର ସ୍ତରରେ ଶୁକ୍ରବାର ଦିନ ଓଡିଶା ସରକାରଙ୍କ ପକ୍ଷରୁ ଅଦଳବଦଳ କରାଯାଇଛି । ୨୦୦୪ ବ୍ୟାଚର ଅଧିକାରୀ ନିରଞ୍ଜନ ସାହୁ ରାଜସ୍ୱ ମଣ୍ଡଳ କମିଶନର(ଆରଡିସି), ଉତ୍ତରାଞ୍ଚଳ ଡିଭିଜନରେ ନିଯୁକ୍ତି ପ୍ରଦାନ କରାଯାଇଛି ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ଆଜି ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ଜାଣନ୍ତୁ, ଆଇଏଏସ୍ ସ୍ତରରେ ଆଉ କାହାକୁ ଅଦଳବଦଳ କରାଯାଇଛି ।

  • ୨୦୦୦ ବ୍ୟାଚ ଆଇଏଏସ ବସନ୍ତ କୁମାର ସେନାପତି ହେଲେ ଅନୁସୂଚି ଜାତି ଓ ଜନଜାତି ଏବଂ ପଛୁଆବର୍ଗ ବିକାଶ ନିର୍ଦ୍ଦେଶକ
  • ୨୦୦୭ ବ୍ୟାଚ ଆଇଏଏସ ସୁଶାନ୍ତ ମହାପାତ୍ର ହେଲେ ଇଷ୍ଟେଟ ନିର୍ଦ୍ଦେଶକ ଏବଂ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ
  • ୨୦୦୯ ବ୍ୟାଚ ଆଇଏଏସ ଭି. ଜୟକୁମାର ହେଲେ ଆୟୁଷ ନିର୍ଦ୍ଦେଶକ
  • ୨୦୦୯ ବ୍ୟାଚ ଆଇଏଏସ ଡ. ଏନ. ଥିରୁମାଲା ନାୟକ ହେଲେ ଶ୍ରମ କମିଶନର
  • ୨୦୧୫ ବ୍ୟାଚ ଆଇଏଏସ ସୁଶ୍ରୀ ଆବୋଲି ସୁନିଲ ନରଭଣେ ହେଲେ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ
Leave A Reply

Your email address will not be published.