Latest Odisha News

ଆଇଏସଏଲ ଫୁଟବଲ୍: କଳିଙ୍ଗ ଷ୍ଟାଡ଼ିୟମରେ ଜାମସେଦପୁର ଏଫସିକୁ ୨-୧ରେ ପରାସ୍ତ କଲା ଓଡ଼ିଶା ଏଫସି

ଭୁବନେଶ୍ୱର: ଚଳିତ ଆଇଏସଏଲ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଏଫସି ଆଜି କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହୋଇଥିବା ମ୍ୟାଚରେ ଘରୋଇ ଦର୍ଶକଙ୍କ ସମର୍ଥନରେ ବିଜୟ ହାସଲ କରିପାରିଛି । ଆଜିର ମ୍ୟାଚରେ ଓଡ଼ିଶା ଏଫସି ଚମତ୍କାର ଖେଳ ପ୍ରଦର୍ଶନ କରି ଜାମସେଦପୁର ଏଫସିକୁ ୨-୧ ଗୋଲରେ ପରାସ୍ତ କରିଛି ।

ଓଡ଼ିଶା ଏଫସି ଚଳିତ ଆଇଏସଏଲ ସିଜନରେ ୯ଟି ମ୍ୟାଚ ବାହାରେ ଖେଳିବା ପରେ ଆଜି ପ୍ରଥମଥର ଲାଗି ଘରୋଇ ଷ୍ଟାଡ଼ିୟମରେ ମ୍ୟାଚ ଖେଳି ସଫଳତା ହାସଲ କରିପାରିଛି ।

ଆଜିର ମ୍ୟାଚରେ ଓଡ଼ିଶା ଏଫସି ପକ୍ଷରୁ ଏରିଡ଼େନ୍ ସାନ୍ତନାଙ୍କ ଦୁଇଟି ଚିତାକର୍ଷକ ଗୋଲ ଘରୋଇ ପଡ଼ିଆରେ ଦଳକୁ ବିଜୟର ସ୍ୱାଦ ଚଖାଇପାରିଛି ।

ଏଠାରେ ସୂଚନାଯୋଗ୍ୟ ପୂର୍ବରୁ ଦିଲ୍ଲୀ ଡାଇନାମୋସ ନାମରେ ରହିଥିବା ଏହି ଦଳ ଏହି ବର୍ଷ ଓଡ଼ିଶା ଏଫସିରେ ନାମିତ ହୋଇଥିଲା । ଓଡ଼ିଶା ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମ ହିଁ ଏହି ଦଳର ଘରୋଇ ପଡ଼ିଆ ଭାବେ ସ୍ୱିକୃତି ହାସଲ କରିଥିଲା । ଦଳ ଆଜି ଘରୋଇ ଦର୍ଶକଙ୍କ ସମ୍ମୁଖରେ ବେଶ୍ ଉତ୍ସାହର ସହିତ ଖେଳ ପ୍ରଦର୍ଶନ କରିଥିଲା ।

ଓଡ଼ିଶା ଏଫସି ଖେଳିଥିିବା ୧୦ଟି ମ୍ୟାଚ ମଧ୍ୟରୁ ୩ଟି ବିଜୟ, ୩ଟି ଡ୍ର ଏବଂ ୪ଟି ପରାଜୟରୁ ମୋଟ ୧୧ ପଏଣ୍ଟ ହାସଲ କରିପାରିଛି ।

Leave A Reply

Your email address will not be published.