ଭୁବନେଶ୍ୱର: ଆଜି ଦୀପାବଳି। ବନ୍ଧୁ ପରିଜନ, ପରିବାର ବର୍ଗଙ୍କ ମେଳରେ ହସଖୁସିରେ କାଟିବାର ଦିନଟିଏ। ଆଲୋକର ଏହି ମହାପର୍ବ ଅମାବାସ୍ୟାର ଅନ୍ଧାରକୁ ଏଡ଼ିଦେଇ ପରିବେଶକୁ ଆଲୋକିତ କରିଦିଏ ।
ଏହି ପର୍ବର ଅନ୍ୟତମ ପ୍ରମୁଖ ଆକର୍ଷଣ ହେଉଛି ଆତସବାଜି। କିନ୍ତୁ ଅନେକ ସମୟରେ ଏହି ଶୁଭଦିନରେ ଆତସବାଜି ଦୁର୍ଘଟଣାଜନିତ ଘଟଣା ସାମ୍ନାକୁ ଆସୁଛି । ଏହାର ସଂଖ୍ୟା କ୍ରମଶଃ ବୃଦ୍ଧି ଘଟୁଥିବାର ଦେଖିବାକୁ ମିଳୁଛି।
ଏହି ଆତସବାଜି ଯେ ଖାଲି ଦୁର୍ଘଟଣାର କାରଣ ହୋଇଛି ତା’ନୁହେଁ, ବରଂ ଶବ୍ଦ ପ୍ରଦୂଷଣ ଏବଂ ବାୟୁ ପ୍ରଦୂଷଣ କ୍ଷେତ୍ରରେ ଏହାର ଯୋଗଦାନ ମଧ୍ୟ ବଢ଼ିବାରେ ଲାଗିଛି।
ତେବେ ଆଲୋକର ଏହି ମହା ପର୍ବକୁ ହସଖୁସିରେ ପାଳନ କରିବା ସହ ନିଜ ପରିବେଶକୁ ସୁସ୍ଥ ରଖିବା ନିହାତି ଦରକାର।
ତେବେ ଦୀପାବଳୀରେ ଆତସବାଜି ବ୍ୟବହାର କରିବା ପୂର୍ବରୁ ଜାଣି ରଖାନ୍ତୁ କିଛି ଦରକାରୀ କଥା :
ଆତସବାଜି ବ୍ୟବହାର ପାଇଁ ପିଲାଙ୍କୁ ଏକୁଟିଆ ଛାଡ଼ନ୍ତୁ ନାହିଁ। ସେମାନଙ୍କର ପାଖେପାଖେ ରୁହନ୍ତୁ।
ଘର ଭିତରେ କୌଣସି ଭାବେ ଆତସବାଜି ଲଗାନ୍ତୁ ନାହିଁ।
ନାଇଲନ୍ କିମ୍ବା ପଲିଷ୍ଟର ପୋଷାକ ଏହି ସମୟରେ ପିନ୍ଧନ୍ତୁ ନାହିଁ।
ରକେଟ ତଥା ବମ୍ ଭଳି ଆତସବାଜି ଜନଗହଳି ସ୍ଥାନରେ ଲଗାନ୍ତୁ ନାହିଁ।
ନିରୀହ ପଶୁଙ୍କ କ୍ଷେତ୍ରରେ ଏହି ଆତସବାଜିର ପ୍ରୟୋଗ କରନ୍ତୁ ନାହିଁ।
କୌଣସି ଦୁର୍ଘଟଣାକୁ ଏଡ଼ାଇବା ପାଇଁ ପାଖରେ ସବୁବେଳେ ପାଣି ବାଲ୍ଟି ରଖନ୍ତୁ।
ତେବେ ଦୀପାବଳୀରେ ଆତସବାଜି ବ୍ୟବହାର କରିବା ପୂର୍ବରୁ ଜାଣି ରଖାନ୍ତୁ କିଛି ଦରକାରୀ କଥା :
Comments are closed.