ନୂଆଦିଲ୍ଲୀ: ଆଉ ମିଳିବନି ତ୍ରାହି । ସରିଛି ସମସ୍ତ ବିକଳ୍ପ । ନିର୍ଭୟାଙ୍କ ସଇତାନଙ୍କ ପାଇଁ ବନ୍ଦ ହେଲା ସବୁ ବାଟ । ଜାରି ହେଲା ନୂଆ ଡେଥ ୱାରେଂଟ । ମାର୍ଚ୍ଚ ୨୦ ସକାଳ ୫.୩୦ଟାରେ ଫାଶୀ ଖୁଂଟରେ ଝୁଲିବେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତ । ଏନେଇ ଦିଲ୍ଳୀ ପଟିଆଲା ହାଉସ କୋର୍ଟ ନୂଆ ଡେଥ ୱାରେଂଟ ଜାରି କରିଛନ୍ତି । ତିହାର ଜେଲ୍ ପରିସରରେ ଏମାନଙ୍କୁ ଫାଶୀ ଦିଆଯିବ ।
ସେପଟେ ନିର୍ଭୟା ଅଭିଯୁକ୍ତଙ୍କ ଓକିଲ ଏପି ସିଂ ଏହି ରାୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । କୋର୍ଟ ପକ୍ଷରୁ ତାଙ୍କୁ କୌଣସି ନୋଟିସ ଦିଆଯାଇନଥିବା ସେ କହିଛନ୍ତି । ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତାର କ୍ଷମା ଆବେଦନ ଖାରଜ ହେବା ପରେ ସେ ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥାନ୍ତେ ବୋଲି କହିଛନ୍ତି ।
ପୂର୍ବରୁ ତିନି ଥର ସେମାନଙ୍କ ପାଇଁ ଡେଥ ଓ୍ଵାରେଣ୍ଟ ଜାରି ହୋଇଥିଲେ ମଧ୍ୟ ତାହା ଶେଷ ମୂହୂର୍ତ୍ତରେ ବାତିଲ ହୋଇଥିଲା । ଶେଷ ଥର ପାଇଁ ମାର୍ଚ୍ଚ ୩ରେ ଡେଥ ଓ୍ଵାରେଣ୍ଟ ଜାରି ହୋଇଥିଲେ ମଧ୍ୟ ଅନ୍ୟତମ ଦୋଷୀ ପଓ୍ଵନ ଗୁପ୍ତା ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିବା ପରେ ଫାଶୀ ହୋଇପାରିନଥିଲା ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.