Latest Odisha News

BREAKING NEWS

ଶେଷ ମୁହୂର୍ତ୍ତରେ ଫାଶୀ ରୋକିବା ପାଇଁ ନିର୍ଭୟା ଦୋଷୀଙ୍କ ଆବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଶୁକ୍ରବାର ସକାଳୁ ଫାଶିଖୁଣ୍ଟରେ ଝୁଲିବାକୁ ଯାଉଥିବା ଚାରି ଦୋଷୀଙ୍କ ପକ୍ଷରୁ ଫାଶୀର ମାତ୍ର କିଛି ଘଣ୍ଟା ଆଗରୁ ବଞ୍ଚିବାର ଶେଷ ପ୍ରୟାସ ମଧ୍ୟ ବିଫଳ ହୋଇଛି । ଦୋଷୀଙ୍କ ଓକିଲଙ୍କ ପକ୍ଷରୁ ଫାଶୀ ରୋକିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଏନେଇ କରାଯାଇଥିବା ଆବେଦନର ରାତିଅଧିଆ ଶୁଣାଣି ପରେ ହାଇକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ଏହାକୁ ଖାରଜ କରିଥିବା ଜଣାପଡ଼ିଛି । ରାତି ୧୦ଟା ପରେ ଖଣ୍ଡପୀଠରେ ଏହି ଆବେଦନର ଶୁଣାଣି ଆରମ୍ଭ ହୋଇଥିବା ବେଳେ ରାୟ ମଧ୍ୟରାତ୍ର ପରେ ଆସିଥିଲା ।

ସୂଚନାଯୋଗ୍ୟ ଯେ ଲୋମହର୍ଷକ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିବା ଚାରିଜଣ ଅଭିଯୁକ୍ତଙ୍କୁ ଶୁକ୍ରବାର ସକାଳ ୫:୩୦ ରେ ଦିଲ୍ଲୀର ତିହାର ଜେଲରେ ଫାଶୀ ଦେବା ନିଧାର୍ଯ୍ୟ ହୋଇଛି ।

Leave A Reply

Your email address will not be published.