Latest Odisha News

BREAKING NEWS

କରୋନା ମୁକାବିଲା: ଆଜି ମୋଦୀଙ୍କ ସହ ଭିଡିଓ କନଫରେନ୍ସିଂ ଆଲୋଚନାରେ ଯୋଗଦେବେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକ ଭିଡିଓ କନଫରେନ୍ସିଂରେ ଯୋଗଦେଇ କୋରୋନା ଭାଇରସ ମୁକାବିଲା ରଣନୀତି ଉପରେ ଆଲୋଚନା କରିବେ ବୋଲି ସରକାରୀ ସୂତ୍ରରୁ ପ୍ରକାଶ।

ମିଳିଥିବା ସୂଚନା ମୁତାବକ, ଆଜି ଅପରାହ୍ନ ୪ ଟାରେ ଧାର୍ଯ୍ୟ ହୋଇଥିବା ଭିଡିଓ କନଫରେନ୍ସିଂରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଭିଡିଓ କନଫରେନ୍ସିଂରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମାନଙ୍କୁ ସମଗ୍ର ବିଶ୍ୱରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବା କୋଭିଡ-୧୯ ଜୀବାଣୁ ମୁକାବିଲା ପାଇଁ ଭାରତର ପ୍ରସ୍ତୁତି ବିଷୟରେ ସୂଚନା ଦେବେ ।

ମୋଦୀ ରାଜ୍ୟମାନଙ୍କୁ ହାଇ ଆଲର୍ଟ ରହିବାକୁ ପରାମର୍ଶ ଦେବାର ସମ୍ଭାବନା ରହିଛି। ଗୁରୁବାର ସନ୍ଧ୍ୟାରେ ମୋଦୀ ଭାରତର ଲୋକଙ୍କୁ ଆସନ୍ତା ରବିବାର ଦିନ ‘ଜନତା (ଜନସାଧାରଣ) କର୍ଫ୍ୟୁ’ ପାଳନ କରିବାକୁ କହିଥିଲେ ଏବଂ ମାରାତ୍ମକ ଜୀବାଣୁ ମୁକାବିଲା ପାଇଁ ସମାଧାନ ତଥା ପ୍ରତିରୋଧ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

Leave A Reply

Your email address will not be published.